• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ନୂଆପଡା : ପ୍ରସୂତି, ରୋଗୀଙ୍କୁ ମେଡିକାଲରେ ପହଞ୍ଚାଇବା ସହ ସହ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବାକୁ ପ୍ରଣୟନ ହୋଇଛି ବହୁ ଯୋଜନା। ଏଥି ନିମନ୍ତେ ବହୁ ଟଙ୍କା ମଧ୍ୟ ମଞ୍ଜୁର ହେଉଛି।  ହେଲେ ନୂଆପଡା ଜିଲ୍ଲା କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ସେବା ଅଚଳ ହୋଇ ପଡିଛି।  ପ୍ରାୟ ବର୍ଷେ ହେବ ମରାମତି ଅଭାବରୁ ୩ଟି ଆମ୍ବୁଲାନ୍ସ ଡାକ୍ତରଖାନାରେ ପଡିରିହିଛି । ବହୁ ଅଭିଯୋଗ ପରେ ଗୋଟିଏ ଆମ୍ବୁଲାନ୍ସର ମରାମତି ହୋଇଥିବା ବେଳେ ଅନ୍ୟ ୨ଟି ଏବେ ବି ଅଚଳ ହୋଇ ପଡିଛି।

ଫଳରେ ରୋଗୀମାନେ ବହୁ ଦିନ ଧରି ଆମ୍ବୁଲାନ୍ସ ସୁବିଧା ପାଇପାରୁନାହାନ୍ତି । ରୋଗୀଙ୍କୁ ସେବା ଯୋଗାଇବାକୁ ଥିବା ଏହି ଆମ୍ବୁଲାନ୍ସଗୁଡିକ ଏବେ ନିଜେ ସେବା ଅପେକ୍ଷାରେ । ବାରମ୍ବାର ଅଭିଯୋଗ ହେଉଥିଲେ ବି ନା ଏହାର ମରାମତି ହେଉଛି ନା ନୂଆ ଆମ୍ବୁଲାନ୍ସ ଯୋଗାଉ ଦିଆଯାଉଛି।

କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କେବଳ ଗୋଟିଏ ମାତ୍ର ଆମ୍ବୁଲାନ୍ସ ସଚଳ। ଫଳରେ ଅନେକ ସମୟରେ ଗୁରୁତର ରୋଗୀ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ବାଧ୍ୟ ହୋଇ ରୋଗୀ ଗାଡି ଭଡା କରି ଡାକ୍ତରଖାନା ଆସୁଛନ୍ତି ।ପ୍ରତିଦିନ ଦୂରଦୂରାନ୍ତରୁ ଶହ ଶହ ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ତୁରନ୍ତ ଅଧିକ ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ କରାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଏପରି ସମସ୍ୟାକୁ  କୋମନା ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସ୍ୱୀକାର କରିଛନ୍ତି । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଆମ୍ବୁଲାନ୍ସଗୁଡିକ ପଡିରହିଛି। ଗୋଟିଏ ଆମ୍ବୁଲାନ୍ସ ମରାମତି କରାଯାଇଛି । କିନ୍ତୁ ବାକି ଦୁଇଟି କେବେ କାର୍ଯ୍ୟକ୍ଷମ ହେବ ସେନେଇ ନିଜେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଇନଚାର୍ଜ ମଧ୍ୟ କିଛି କହି ପାରି ନାହାନ୍ତି । ଖୁବଶୀଘ୍ର ସମସ୍ତ ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ନହେଲେ ସ୍ଥାନୀୟ ଲୋକେ ଆନ୍ଦୋଳନ ଚେତବାନୀ ଦେଇଛନ୍ତି ।

Ambulance-in-sick-condition-in-nuapada
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories