କଣ୍ଟେନମେଣ୍ଟ ଜୋନକୁ ଆସିଲାନି ଆମ୍ୱୁଲାନ୍ସ

କନ୍ଧମାଳ: କଣ୍ଟେନମେଣ୍ଟ ଜୋନରେ ରାସ୍ତା ବନ୍ଦ ଯୋଗୁଁ ବିପଦସଙ୍କୁଳ ଅବସ୍ଥାରେ ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ଗଲେ ଗର୍ଭବତୀ ମହିଳା। କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

ମାଣିକେଶ୍ୱର ପଞ୍ଚାୟତ ବରେପାଙ୍ଗାର ରିପୁଚନ୍ଦ୍ର ଦିଗାଲଙ୍କ ପତ୍ନୀ ଦେବୀ ଦିଗାଲଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ ଗମାଣ୍ଡିଠାରେ କଣ୍ଟେନମେଣ୍ଟ ଜୋନ୍ ଯୋଗୁଁ ରାସ୍ତା ବନ୍ଦ ଥିବାରୁ ଆମ୍ବୁଲାନ୍ସଟି ଆସିପାରିଲା ନାହିଁ।

ଶେଷରେ ଏକ ଅଟୋରେ ଗର୍ଭବତୀ ମହିଳାଙ୍କୁ ପ୍ରଥମେ କିଛି ବାଟ ଆଣିବା ପରେ ବିପଦଜ୍ଜନକ ଭାବେ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପାଖକୁ ଅଣାଯାଇଥିଲା। ମହିଳା ଜଣକ ଏବେ ରାଇକିଆ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ, ରାଇକିଆ ଅଂଚଳର ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୫ଟି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି। କିନ୍ତୁ ମୁଖ୍ୟ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା କାରଣରୁ ଜରୁରୀକାଳୀନ ରୋଗୀ ସେବା ବେଶ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି।

You might also like