ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

ଭୁବନେଶ୍ୱର: ଖାଲି ଦେଶରେ ନୁହେଁ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ। ସମ୍ବଲପୁର ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଥିଲେ ହେଁ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ଟାଣିଆଣେ ଏଇ ସମ୍ବଲପୁରୀ ଶାଢ଼ୀ। ହେଲେ ଅନ୍‌ଲାଇନ୍‌ ଶପିଂ ସାଇଟ୍‌ ଆମାଜନ୍‌ରେ ସମ୍ବଲପୁରୀ ଶାଢୀ ଓଡ଼ିଶା ପରିବର୍ତ୍ତେ ପଶ୍ଚିମବଙ୍ଗ ରାଜ୍ୟର ବୋଲି ଉଲ୍ଲେଖ କରାଯାଇଥିଲା ଯାହାକୁ ନେଇ ଓଡ଼ିଶାବାସୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଯଦିଓ ଆମାଜନ୍‌ ପରେ ଏହି ତ୍ରୁଟିକୁ ସୁଧାରି ଦେଇଛି, ତେବେ ସୋସିଆଲ୍‌ ମିଡିଆରେ ଏହି ଖବର ଭାଇରାଲ୍‌ ହେବାପରେ ଲୋକମାନେ ଅନେକ ପ୍ରତିକ୍ରିୟା ରଖିଛନ୍ତି।

ସୂଚନା ଅନୁସାରେ, ଆମାଜନ୍‌ ଏହାର ଅନ୍‌ଲାଇନ୍‌ ଶପିଂ ୱେବ୍‌ସାଇଟ୍‌ରେ Handicrafts Melaର Handloom Zoneରେ ଓଡ଼ିଶାର ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗରେ ବୋଲି ଉଲ୍ଲେଖ କରିଥିଲା। ଏହା ଜଣାପଡ଼ିବା ପରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାସହ ଲୋକମାନଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା। ପରେ ଆମାଜନ୍‌ ପକ୍ଷରୁ ତ୍ରୁଟିକୁ ସୁଧାରିବା ସହ ସମ୍ବଲପୁର ଶାଢ଼ୀ ଓଡ଼ିଶାର ବୋଲି ଉଲ୍ଲେଖ କରାଯାଇଥିଲା।

ଭୁଲ୍‌ ପାଇଁ ଆମାଜନ୍‌ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯିବା ସହ ଏହାକୁ ପରିବର୍ତ୍ତନ କରି ଦିଆଯାଇଛି ବୋଲି ଆମାଜନ୍ ହେଲ୍‌ପ୍‌ ଟ୍ୱିଟ୍‌ କରି କହିଛି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ବ୍ରହ୍ମପୁରରୁ ଦୁବାଇକୁ ଲମ୍ବିଛି IPL ବେଟିଂ, ଜବତ ହେଲା ଲକ୍ଷାଧିକ ଟଙ୍କା

You might also like