ଦାଦନ ଶ୍ରମିକଙ୍କୁ ବିଡିଓ କହିଲେ ତୁ ଦାଦନ ଖଟୁଛୁ, ଔକାତ୍‌ରେ ରହ

ଜଳେଶ୍ୱର: ଦାଦନ ଶ୍ରମିକଙ୍କୁ ମଣିଷ ଜ୍ଞାନ କରୁନାହାନ୍ତି କି ବିଡିଓ? ପ୍ରଶାସନିକ ଅଧିକାରୀ ହୋଇ ଗରିବ ଦାଦନ ଶ୍ରମିକଙ୍କର ବି ଅଧିକାର ଓ ଆତ୍ମସମ୍ମାନ ଅଛି ବୋଲି ପାଶୋରି ଯାଉଛନ୍ତି କି ? ପଦବୀର କ୍ଷମତା, ଔଦ୍ଧତ୍ୟରେ ବଦଳିଯିବାର ଏ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

ଆପଣ ଦେଖୁଥିବା ଭିଡିଓ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର। ଗୁଜୁରାଟରୁ ଫେରିଥିବା କିଛି ପ୍ରବାସୀଙ୍କୁ ବାଲିଆପାଳ ବିଡିଓ ଛବି ରାଣୀ ସାହୁ ଗାଳି ଗୁଲଜ କରୁଥିବା ଏଥିରେ ଦେଖିବାକୁ ମିଳୁଛି।

ଭିଡିଓରେ ସେ କହୁଛନ୍ତି, ମୁଁ ଜଣେ ଓଏଏସ୍ ଅଫିସର, ତୋ ଭଳି ଦାଦନ ଖଟୁନି। ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ପ୍ରତିକ୍ରିୟାରେ, ଏହି ଗାଳି ଗୁଲଜ କଥା ନିଜେ ବିଡିଓ ଛବିରାଣୀ ସାହୁ ମଧ୍ୟ ସ୍ୱୀକାର କରିବା ସହ ପ୍ରବାସ ଫେରନ୍ତାମାନେ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିଥିବା କହିଛନ୍ତି।

ତାଙ୍କ କହିବା କଥା ହେଲା, ସେ ନିଜେ ପ୍ରବାସ ଫେରନ୍ତାଙ୍କୁ ବ୍ଲକ୍ କାର୍ଯ୍ୟାଳୟ ନିକଟକୁ ନେଇଯାଇଥିଲେ। ଏବଂ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସେମାନଙ୍କ ପାଇଁ କିଛି ସମୟ ଅପେକ୍ଷା କରିବାର ବ୍ୟବସ୍ଥା ହୋଇଥିବା କଥା ସେ ପ୍ରବାସୀଙ୍କୁ କହିଥିଲେ। କିନ୍ତୁ ସେମାନେ କିଛି ନଶୁଣି ବାହାରେ ଖରାରେ ଠିଆ ହୋଇ ଯୁକ୍ତି ତର୍କ ଓ ଅସମ୍ମାନ କରିବାରୁ ବିଡିଓ ବିରକ୍ତ ହୋଇ ଗାଳି କରିଥିଲେ। ଏଥିସହ ଯେଉଁମାନେ ଏହି ଭିଡିଓକୁ ତାଙ୍କ ବିରୋଧରେ ଉଦ୍ଦେଶ୍ୟ ମୂଳକ ଭାବେ ବ୍ୟବହାର କରୁଛନ୍ତି, ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ଛବିରାଣୀ। ସେପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି।

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

You might also like