୨୩ରେ ‘ଆଲୁମିନ୍‌ ମିଟ୍ ବ୍ୟାକ ଟୁ ସ୍କୁଲ’

 ଡିଏମଏସ ସ୍କୁଲରେ  ସାମିଲ ହେବେ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଡିଏମଏସ ସ୍କୁଲରେ  ‘ଆଲୁମିନ୍‌ ମିଟ୍ ବ୍ୟାକ ଟୁ ସ୍କୁଲ’ ୨୦୧୯ କାର୍ଯ୍ୟକ୍ରମ ଆୟୋଜିତ   ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉକ୍ତ ସ୍କୁଲର ଛାତ୍ର ତଥା ବର୍ତ୍ତମାନର ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଯୋଗ ଦେବେ ।

ସମ୍ମାନିତ ଅତିଥି ଭାବେ ଜଣାଶୁଣା ନ୍ୟୁରୋ ସର୍ଜନ ବସନ୍ତ କୁମାର ମିଶ୍ର ଯୋଗ ଦେବେ । ୧୯୬୭ରୁ ୨୦୧୮ ପର୍ଯ୍ୟନ୍ତ ସମସ୍ତ ବ୍ୟାଚର ଛାତ୍ରଛାତ୍ରୀ ଏହି  କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାଯାଇଛି।  ଏହି ଅବସରରେ ଚଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ଟପ୍ପରଙ୍କୁ ସମ୍ମାନିତ କରିବା ସହ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ଡିଏମଏସର ଛାତ୍ରଛତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ।

You might also like