ୟୁନିଟ୍-୮ ଡିଏଭିରେ ଅଭିଭାବକ ଓ ସ୍କୁଲ୍ ଅଧ୍ୟକ୍ଷଙ୍କ ମଧ୍ୟରେ ବିବାଦ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୮ ଡିଏଭି ସ୍କୁଲ ପରିସରରେ ଅଭିଭାବକ ଏବଂ ସ୍କୁଲ ଅଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ। ବିଭିନ୍ନ ଅଭିଯୋଗ ନେଇ ଗତକାଲି ସନ୍ଧ୍ୟାରେ ଆଲୋଚନା ଚାଲିଥିବାବେଳେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ସ୍ଥିତି ଏପରି ହେଲା ଯେ, ଘଟଣାସ୍ଥଳକୁ ପୁଲିସ୍‌କୁ ଆସିବାକୁ ପଡ଼ିଥିଲା।

ଅଭିଭାବକଙ୍କ ଅଭିଯୋଗ, ଡିଏଭିରେ ପ୍ରତିବର୍ଷ ୧୦ରୁ ୧୫ ପ୍ରତିଶତ ଫି ବୃଦ୍ଧି କରାଯାଉଛି। ସ୍କୁଲର ବିଭିନ୍ନ ଖର୍ଚ୍ଚ ବାଟବଣା ହେବା ସହିତ ଅନିୟମିତତା ହେଉଛି।

ଆଉ ଏସବୁ ଅଭିଯୋଗକୁ ନେଇ ସ୍କୁଲ ପରିସରରେ ଆଲୋଚନା ଚାଲିଥିଲା। ଏହି ସମୟରେ ସ୍କୁଲ ଅଧ୍ୟକ୍ଷା ଓ ଅଭିଭାବକଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା। ଶେଷରେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା।

 

You might also like