ବାରିପଦା: ଛାତ୍ରଙ୍କ ଅଜାଣତରେ ସେମାନଙ୍କ ନାଁରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଲକ୍ଷାଧିକ ଟଙ୍କା ଋଣ କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।
ସୂଚନା ଅନୁସାରେ, ମୋରଡ଼ା ଥାନା ଅନ୍ତର୍ଗତ ପାଟପୁର ସ୍ଥିତ ଏକ ଘରୋଇ ଡିପ୍ଲୋମା ଇଞ୍ଜିନିୟରିଂ ସ୍କୁଲର ୫୬ ଜଣ ଛାତ୍ରଙ୍କ ନାଁରେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଋଣ କରିଥିବା ନେଇ ମୋରଡ଼ା ଥାନାରେ ଅଭିଯୋଗ ହୋଇଛି। ପ୍ରତି ପିଲାଙ୍କ ନାଁରେ ୮୦ ହଜାରରୁ ଲକ୍ଷେ ଟଙ୍କା ମଧ୍ୟରେ ଋଣ ହୋଇଥିବା ଏତଲାରେ ଦର୍ଶାଯାଇଛି। ୫୬ ଜଣ ଯାକ ଛାତ୍ର ଏକାଠି ଯାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଛାତ୍ରମାନଙ୍କ ନାଁରେ ଋଣ ହେବା ଘଟଣା ପ୍ରଘଟ ହେବାପରେ ଇଞ୍ଜିନିୟରିଂ ସ୍କୁଲରେ ଉତ୍ତେଜନା ଦେଖା ଦେଇଛି।