ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଖୋଲାଖୋଲି କପି ଅଭିଯୋଗ

ଢେଙ୍କାନାଳ: ଖୁଲମ୍‌ଖୁଲା କପି ଅଭିଯୋଗ। ଅଭିଭାବକ ଓ ସମ୍ପର୍କୀୟ ସ୍କୁଲ୍‌ ଭିତରେ ପଶି ପିଲାଙ୍କୁ ଖୋଲାଖୋଲି କପି ଯୋଗାଉଛନ୍ତି। ଢେଙ୍କାନାଳ ଜିଲ୍ଲାରେ ଏଭଳି କିଛି ଦୃଶ୍ୟର ଭିଡିଓ ଭାଇରାଲ୍‌ ହୋଇଛି।

ଭାଇରାଲ୍‌ ହୋଇଥିବା ଭିଡିଓରେ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍‌ ଅନ୍ତର୍ଗତ ପଳାସପିଠିଆ ସ୍ଥିତ ପଞ୍ଚାୟତରାଜ ହାଇସ୍କୁଲରେ ଆଜି ମାଟ୍ରିକ୍‌ର ଇଂରାଜୀ ବିଷୟରେ ପରୀକ୍ଷା ଚାଲିଥିବା ବେଳେ ଶହଶହ ଲୋକ ସ୍କୁଲ୍‌ ଭିତରକୁ ପଶିଥିଲେ। ପରୀକ୍ଷାକେନ୍ଦ୍ରରେ ପୁଲିସ୍‌ ମୁତୟନ ହେବା ସତ୍ତ୍ୱେ ଲୋକେ କପି ଦେବାକୁ ସ୍କୁଲ ଭିତରେ ପଶିଥିଲୋ

ଏହି ଘଟଣା ପରେ ଏବେ ଛାତ୍ରଛାତ୍ରୀ ଓ ପରୀକ୍ଷା କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପଟେ, ଘଟଣାକୁ ଗୁରୁତ୍ୱ ସହ ନେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ୍ ଆରା। ଏପରି ଖବର ଯେଉଁଠୁ ଆସିଛି ସେହି ଅଞ୍ଚଳରେ ୧୪୪ ଧାରା ସହ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ, ଏହି ଘଟଣାକୁ ମାନିବାକୁ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା ନାରାଜ୍ ।

 

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

You might also like