ସେକ୍ସ ରାକେଟ୍‌ର ତଦନ୍ତ ଆରମ୍ଭ, ଅଧା କର୍ମଚାରୀଙ୍କ ମିଳୁନି ପତ୍ତା

ଭୁବନେଶ୍ୱର: ଭୁବନେଶ୍ୱର ପଲାସପଲ୍ଲୀ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ ଆଜି ତାଲିମ କେନ୍ଦ୍ରରେ ପହଞ୍ଚି କର୍ମଚାରୀ ଏବଂ ଅନ୍ତେବାସୀଙ୍କୁ ପଚରାଉଚରା କରିଥିଲେ। ପ୍ରାୟ ୧୦ ମିନିଟ ପଚରାଉଚରା କରିବା ପରେ ଫେରିଆସିଥିଲେ କିନ୍ତୁ ଏବେ ତଦନ୍ତ ଚାଲିଥିବାରୁ କିଛି କହିହେବନି ବୋଲି କହିଥିଲେ।

ସେପଟେ ତଦନ୍ତ ପାଇଁ ଟିମ୍ ଗଠନ କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ଆପରାଧିକ ମାମଲାର ତଦନ୍ତ କରୁଛି। ପୋଲିସ ସେମାନେ ବିଭାଗରୁ ଯାହାକୁ ବି ଦୋଷୀ ପାଇବେ, ତାଙ୍କ ବିରୋଧରେ ପ୍ରୋସିଡିଂ କରାଯିବ ତାଲିମ କେନ୍ଦ୍ର ଭିତରେ ସେକ୍ସ ରାକେଟ୍ ଚାଲୁଥିବାର ଭିଡିଓ ଭାଇରାଲ ହୋଇଥିଲା।

ଯୌନ ଶୋଷଣ ଅଭିଯୋଗ ପରେ ମାମଲା ରୁଜୁ କରି ଆମେ ତଦନ୍ତ ଆରମ୍ଭ କରିଛୁ । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି। କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢଉ କରାଯାଇଥିଲା, ଏହା କହିଲେ ଏବେ ତଦନ୍ତ ବାଧାପ୍ରାପ୍ତ ହେବ। ସେମାନଙ୍କୁ ଧରିବା ପାଇଁ ସ୍ପେଶାଲ ଟିମ୍ ଗଠନ କରାଯାଇଛି। ଅଭିଯୁକ୍ତ ଧରାପଡ଼ିବା ପରେ ଅଭିଯୋଗ ଉପରେ ସ୍ପଷ୍ଟ ଭାବେ ଜଣାପଡ଼ିବ।
-ଉମାଶଙ୍କର ଦାଶ, ଡିସିପି, ଭୁବନେଶ୍ୱର
ମୋ ତରଫରୁ କୌଣସି ମାତ୍ର ବିଳମ୍ବ ନାହିଁ। ଆପରାଧିକ ମାମଲାର ତଦନ୍ତ କରୁଛି ପୋଲିସ। ରିପୋର୍ଟ ଆସିବା ପରେ ସମ୍ପୃକ୍ତ ବିଭାଗ ନିଶ୍ଚିତ ପଦକ୍ଷେପ ନେବ। ସେମାନେ ଯାହାକୁ ବି ଦୋଷୀ ପାଇବେ, ତାଙ୍କ ବିରୋଧରେ ପ୍ରୋସିଡିଂ କରାଯିବ।
-ଅଶୋକ ପଣ୍ଡା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ

ଭୁବନେଶ୍ୱର ପଳାଶପଲ୍ଲୀରେ ଥିବା ନିଖିଳ ଓଡ଼ିଶା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ଓ ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ଶୋଷଣ ନେଇ ସାଂଘାତିକ ଅଭିଯୋଗ ଆସିଥିଲା। ଏସବୁ କାରବାରର ଭିଡିଓ ଭାଇରାଲ୍ ହେବା ପରେ ଖୋଲିଛି କେଳେଙ୍କାରୀର ଗୁମର ଖୋଲିଥିଲା। କେବଳ ଗରାଖ ନୁହେଁ, ଦେହର ଭୋକ ମେଣ୍ଟାଇବାକୁ ଏଠି ସରକାରୀ ବାବୁଙ୍କର ବି ଭିଡ଼ ଜମେ ବୋଲି ଅଭିଯୋଗ ହୋଇଛି।

ଏମିତିକି ତାଲିମ କେନ୍ଦ୍ର ତଦାରଖ କରିବାକୁ ଆସୁଥିବା କିଛି ସରକାରୀ ବାବୁ ମାନଙ୍କ ପାଇଁ ଏଠାରେ ଥିଲା ସ୍ୱତନ୍ତ୍ର ରୁମ୍ ସହ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ବଡ କଥା ହେଲା କେବେ କେବେ ବାହାରୁ ଯୁବତୀ ନଆସି ପାରିଲେ, ସେଠାରେ ରହୁଥିବା ଭିନ୍ନକ୍ଷମ ଯୁବତୀଙ୍କୁ ମଧ୍ୟ ବାଧ୍ୟ କରାଯାଇ ବ୍ୟବହାର କରାଯାଉଥିବାର ସାଂଘାତିକ ଅଭିଯୋଗ ହୋଇଛି।

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଏଭଳି ଅନୈତିକ କାଣ୍ଡ ନେଇ ଡିସେମ୍ବର ମାସରୁ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଥିଲେ ବି ଚାପରେ ପଡ଼ି ତଦନ୍ତ ଆଗକୁ ବଢ଼ିନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଘଟଣାସ୍ଥଳ ଗସ୍ତ କରିବା ସହ, ଭିଡିଓର ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ।

You might also like