ଭୁବନେଶ୍ୱର: କୋଭିଡ୍ କିଟ୍ କେଳେଙ୍କାରୀ ପ୍ରସଙ୍ଗରେ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତ ବିରୋଧୀ। ଏଭଳି ମହାମାରୀ ସମୟରେ ରାଜ୍ୟ ସରକାର ଭ୍ରଷ୍ଟ୍ରାଚାରକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

କିଟ୍ କିଏ କିଣିଲା, କାହିଁକି କିଣିଲା, କେତେ ଦରରେ କିଣିଲା, ତାର ଜବାବ ରାଜ୍ୟବାସୀ ଜାଣିବାକୁ ଚାହୁଁଛନ୍ତି। କିନ୍ତୁ ସରକାର ଚୁପ୍ ଘଟଣାର ଏକ ନିରପେକ୍ଷ ତଦନ୍ତ କରାଯାଉ ବୋଲି ବିଜେପି ଦାବି କରିଛି।

ସେପଟେ କଂଗ୍ରେସ ବି ଔଷଧ ନିଗମର ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବି କରିଛି। ଆସନ୍ତାକାଲି ଦଳ ରାଜ୍ୟପାଳଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିବ ବୋଲି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କୁ ଦଳ କିଛି ପ୍ରଶ୍ନ ପଚାରିଛି।

ସମାନ ଟେଷ୍ଟିଙ୍ଗ କିଟ୍ ବିଭିନ୍ନ କଂପାନୀରୁ ଭିନ୍ନ ଭିନ୍ନ ଦରରେ କାହିଁକି କିଣାଗଲା? ରାପିଡ୍ ଟେଷ୍ଟିଂ ମେସିନ୍ କିଣା ପାଇଁ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଔଷଧ ନିଗମ ଦେଇଥିବା ଆଡ୍‌ଭାନ୍ସ ୧୨ କୋଟି ଟଙ୍କା ସରକାରଙ୍କ ତହବିଲକୁ ଫେରିଛି କି ନାହିଁ ? ମେସିନ୍ କିଣା ଯାଇଛି କି ନାହିଁ  ? ଏସବୁ ପ୍ରଶ୍ନ କରିଛି କଂଗ୍ରେସ। ସେପଟେ ବିରୋଧୀଙ୍କ ଅଭିଯୋଗ ଉପରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। କୌଣସି ଜାଗାରେ ଦୁର୍ନୀତି ହୋଇନାହିଁ ବୋଲି କହିଛନ୍ତି ପ୍ରମିଳା।

Other Stories