ଅଟୋରେ ଯାଉଥିବା ଯୁବତୀଙ୍କୁ ଡ୍ରାଇଭରର ଦୁଷ୍କର୍ମ ଉଦ୍ୟମ !

କଟକ: ଅଟୋରେ ଯାଉଥିବା ଯୁବତୀଙ୍କୁ ଡ୍ରାଇଭରର ଦୁଷ୍କର୍ମ ଉଦ୍ୟମ। ଜଙ୍ଗଲିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ ବେଳେ ଧରିଲେ ଗାଈ ଚରାଳି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।

କେନ୍ଦ୍ରାପଡ଼ାର ଜଣେ ଯୁବତୀ ପରୀକ୍ଷା ଦେବାକୁ ଭୁବନେଶ୍ୱର ଆସୁଥିଲେ। କଟକ ଲିଙ୍କରୋଡରେ ବସ୍‌ରୁ ଓହ୍ଲାଇ ଅଟୋରେ ଭୁବନେଶ୍ୱର ଯାଉଥିଲେ। ଅଟୋରୁ ଅନ୍ୟ ୨ ମହିଳା ଯାତ୍ରୀ ଓହ୍ଲାଇଯିବା ପରେ ଯୁବତୀ ଜଣକ ଏକୁଟିଆ ଥିଲେ। ଏକୁଟିଆ ଥିବା ଯୁବତୀଙ୍କୁ ଭୁଲାଇ ଡ୍ରାଇଭର ଜଣକ ଅନ୍ୟ ରାସ୍ତାରେ ନେଇଥିଲା।

ଏହାର ସୁଯୋଗ ଉଠାଇ ଗୋଡ଼ିସାହି ଫାଣ୍ଡି ଗୋବିନ୍ଦପୁର ନିକଟରେ ଦୁଷ୍କର୍ମ ଉଦ୍ୟମ କରିଥିଲା। ତେବେ ଯୁବତୀଙ୍କ ଚିତ୍କାର ଶୁଣି ପାଖରେ ଥିବା ୨ ଗାଈ ଚରାଳି ଡ୍ରାଇଭରକୁ ଧରିଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ଅଟୋ ଡ୍ରାଇଭରକୁ ବାରଙ୍ଗ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

You might also like