ବିଜେପି ନେତାଙ୍କ ହତ୍ୟା ଘଟଣାରେ ଆଇନମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ
ହତ୍ୟା ଘଟଣାରେ ପ୍ରତାପଙ୍କ ରହିଛି କି ସମ୍ପୃକ୍ତି ?
କଟକ: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ହତ୍ୟା ମାମଲାରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। କାରଣ ଏହି ହତ୍ୟା ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ନେଇ କୁଳମଣିଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଆଇନମନ୍ତ୍ରୀଙ୍କ ନାଁ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ପ୍ରକାଶ କହିଛନ୍ତି।
ବିଜେପି ନେତାଙ୍କ ହତ୍ୟା ପରେ ଗାଁରେ ଚାପା ଉତ୍ତେଜନା। ୧୨ ଜଣଙ୍କ ନାଁରେ ଏତଲା, ରାଜନୈତିକ କାରଣରୁ ହତ୍ୟାକାଣ୍ଡ ସହ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଲେ କୁଳମଣିଙ୍କ ପୁଅ#Odisha @BJP4Odisha @odisha_police @DGPOdisha @CMO_Odisha pic.twitter.com/dDOruAFzax
— ଓଟିଭି (@otvkhabar) January 3, 2021
ସେପଟେ ଏହି ଘଟଣାରେ ମୁଁ ନିଜେ ହିଁ ଦୃଷ୍ଟି ଦେବି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖି ଆଇନମନ୍ତ୍ରୀ କହିଛନ୍ତି, ”ହତ୍ୟାକାଣ୍ଡକୁ ଯେତେ ନିନ୍ଦା କଲେ କମ୍ ହେବ। ଦୋଷୀ କିଭଳି ଗିରଫ ହେବେ, ସେନେଇ ମୁଁ ନିଜେ ଦୃଷ୍ଟି ଦେବି”।
#ମୁଁ_ନିଜେ_ଦୃଷ୍ଟି_ଦେବି_ଆଇନ_ମନ୍ତ୍ରୀ
ମାହାଙ୍ଗାରେ #BJP ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣା। ଘଟଣାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ @jenapratap66 ଙ୍କ ପ୍ରତିକ୍ରିୟା। ହତ୍ୟାକାଣ୍ଡକୁ ଯେତେ ନିନ୍ଦା କଲେ କମ୍ ହେବ କହିଲେ ଆଇନ ମନ୍ତ୍ରୀ। ଦୋଷୀ କିଭଳି ଗିରଫ ହେବେ, ମୁଁ ନିଜେ ଦୃଷ୍ଟି ଦେବି ବୋଲି କହିଲେ ପ୍ରତାପ ଜେନା @odisha_police pic.twitter.com/UTfQIZKQeT— ଓଟିଭି (@otvkhabar) January 3, 2021
ଅନ୍ୟପକ୍ଷରେ କୁଳମଣି ବରାଳଙ୍କୁ ହତ୍ୟା ଘଟଣାରେ ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାଁରେ ଏତଲା ହୋଇଛି। ଏନେଇ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଥାନାରେ ଏତଲା ଦେଇଛନ୍ତି। ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁରେ ଏତଲା ହୋଇଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
#୧୨_ଜଣଙ୍କ_ନାଁରେ_ଏତଲା
ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣା।ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାଁରେ ଏତଲା। କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଥାନାରେ ଦେଲେ ଏତଲା। ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁରେ ଏତଲା। ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ#Odisha #Bjp @odisha_police pic.twitter.com/vtlUt6YTa3— ଓଟିଭି (@otvkhabar) January 3, 2021
ସୂଚନାଥାଉ କି, ଗତକାଲି ସାଲେପୁର ବିଜେପି ନଗର ମଣ୍ଡଳ ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଙ୍କୋଟି ନିକଟରେ ସେମାନଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିଲେ।
ବିଜେପି ନେତାଙ୍କ ହତ୍ୟା ପରେ ଗାଁରେ ଚାପା ଉତ୍ତେଜନା। ୧୨ ଜଣଙ୍କ ନାଁରେ ଏତଲା, ରାଜନୈତିକ କାରଣରୁ ହତ୍ୟାକାଣ୍ଡ ସହ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଲେ କୁଳମଣିଙ୍କ ପୁଅ#Odisha @BJP4Odisha @odisha_police @DGPOdisha @CMO_Odisha pic.twitter.com/dDOruAFzax
— ଓଟିଭି (@otvkhabar) January 3, 2021
ଦୁହେଁ ବାଇକରୁ ପଡ଼ିଯିବା ପରେ ମାରଣାସ୍ତ୍ରରେ ସେମାନଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଘଟଣାସ୍ଥଳରୁ ଖସି ପଳାଇଥିଲେ ଦୁର୍ବୃତ୍ତ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ହୋଇଛି। ଆଜି ଉଭୟଙ୍କର ଶବ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ରହିଛି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ ସାଇଣ୍ଟିଫିକ୍ ଟିମ୍ ତନାଘନା ଆରମ୍ଭ କରିଛି।
ସେପଟେ, ହତ୍ୟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ୱିଟ୍ କରି ଧର୍ମେନ୍ଦ୍ର କହିଛନ୍ତି ଯେ, କୁଳମଣିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଶୁଣି ଦୁଃଖିତ ଓ ମର୍ମାହତ। ଘଟଣାରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମୋର ବିଶ୍ୱାସ ରହିଛି। ଏହାସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ସେହିପରି କୁଳମଣିଙ୍କ ହତ୍ୟାକୁ ନେଇ ମର୍ମାହତ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତ। ଏହାସହ କୁଳମଣିଙ୍କ ପରିବାରକୁ ଭଗବାନ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି।
ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର ମଧ୍ୟ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ ଅସହିଷ୍ଣୁ ରାଜନୀତି ବଢ଼ିବାରେ ଲାଗିଛି ଓ ସତ ଲୁଚାଇବାକୁ ଚେଷ୍ଟା ଚାଲିଛି ବୋଲି ସେ କହିଛନ୍ତି।