ଉଜୁଡି ଗଲା ସୁଖର ସଂସାର, ବିବାହର ୨ ବର୍ଷ ପରେ ପତ୍ନୀଙ୍କୁ ଦେହ ବ୍ୟବସାୟରେ ଲଗାଇଲେ ସ୍ୱାମୀ

ଭୁବନେଶ୍ୱର: ଅନେକ ମିଠା ମିଠା ସ୍ୱପ୍ନ ଦେଖାଇ ଜୀବନସାଥୀ ଭାବେ ତାଙ୍କୁ ଗ୍ରହଣ କରିଥିଲେ। ଏକାଠି ହାତ ଧରି ଚାଲିବାର ପ୍ରତିଶ୍ରୁତି  ଦେଇଥିଲେ। ସ୍ୱାମୀଙ୍କ ସହ ଘର ସଂସାର ଗଢିବା ଆଶାରେ ସେ ବି  ବାପଘରୁ ପାଦ କାଢିଥିଲେ। ହେଲେ ଜାଣିପାରି ନ ଥିଲେ, ସେ ପ୍ରେମିକ ନୁହେଁ, ଏକ ପାପୀକୁ ପ୍ରେମ କରୁଛନ୍ତି ବୋଲି। ସ୍ୱାମୀ-ସ୍ତ୍ରୀ ପବିତ୍ର ସମ୍ପର୍କରେ ସେ ଏକ କଳଙ୍କ ବୋଲି । ଏମିତି ଜଣେ ପାପୀ କବଳରୁ ମହିଳାଙ୍କୁ ଉଦ୍ଧାର କରିଛି ଚନ୍ଦ୍ରଶେଖର ପୁର ଥାନା ପୋଲିସ।
ଅଭିଯୋଗରୁ ଜଣାଯାଇଛି, ଦୀର୍ଘ ୭ ବର୍ଷ ହେବ ନିଜ ସ୍ତ୍ରୀକୁ ଏକ କୋଠରୀରେ ବନ୍ଦ ରଖି ଦେହ ବ୍ୟବସାୟରେ ଲଗାଉଥିଲେ।  ଏପରିକି  ସ୍ତ୍ରୀ ଦେହ ବ୍ୟବସାୟ କରିବାକୁ ରାଜି ନହେବାରୁ ତାଙ୍କୁ ଲୁହାରଡରେ ମରଣାନ୍ତକ ଆକ୍ରମଣ କରିବା ସହ ମାରିଦେବାକୁ ଉଦ୍ୟମ ମଧ୍ୟ କରିଥିଲେ ବର୍ବର ସ୍ଵାମୀ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମହିଳା ଏବଂ ତାଙ୍କର ପାଞ୍ଚ ବର୍ଷର କନ୍ୟାକୁ ଉଦ୍ଧାର କରିବା ସହ ସ୍ୱାମୀକୁ  ଅଟକ ରଖିଛି ।
‍ପୀଡ଼ିତା ଜଣକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି, ଫୁଲବାଣୀ ତୁମୁଡ଼ିବନ୍ଧ ଅଞ୍ଚଳର ମହିଳା ଜଣକ ୧୦ ବର୍ଷ ପୂର୍ବେ ଚନ୍ଦ୍ରଶେଖରପୁର ଅଞ୍ଚଳକୁ କାମ କରିବା ପାଇଁ ଆସିଥିଲେ । ସେହି ସମୟରେ ଏହି ଥାନା ଅନ୍ତର୍ଗତ ପଦ୍ମାବତି ବିହାର ଅଞ୍ଚଳରେ ଅଟୋ ଚଳାଉଥିବା ପଟ୍ଟାମୁଣ୍ଡାଇ ଡାମରପୁର ଅଞ୍ଚଳର ଚନ୍ଦନ ଆଚାର୍ଯ୍ୟଙ୍କ ସହ ଦେଖା ହୋଇଥିଲା । ଚନ୍ଦନ ସମ୍ପୃକ୍ତ ମହିଳାକୁ ନିଜ ପ୍ରେମ ଜାଲରେ ଫସାଇ ବାହା ହୋଇଥିଲେ।
ପ୍ରଥମେ ୨ ବର୍ଷ ସେମାନଙ୍କ ସଂସାର ଠିକରେ ଚାଲିଥିଲା । ପରେ ଚନ୍ଦନ ଜବରଦସ୍ତି ନିଜ ସ୍ତ୍ରୀଙ୍କୁ ଦେହ ବ୍ୟବସାୟରେ ଲଗାଇଥିଲା । ଏପରିକି ତାଙ୍କୁ ଦୀର୍ଘ ୭ ବର୍ଷ ହେବ ଗୋଟିଏ ଘରେ ରଖି ସେକ୍ସ ରାକେଟ୍ ଚଳାଉଥିବା ପୀଡ଼ିତା କହିଛନ୍ତି । ଘଟଣା ବିଷୟରେ ପୁଲିସ ପୀଡ଼ିତାଙ୍କ ମାଙ୍କ ଠାରୁ ଖବର ପାଇ  ସେମାନେ ରହୁଥିବା ଘରେ ଚଢ଼ଉ କରି ମା’- ଝିଅଙ୍କୁ ଉଦ୍ଧାର କରିବା ସହ ଚନ୍ଦନକୁ କାବୁ କରି ଥାନାକୁ ଆଣିଛି ।
You might also like