• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ହେରଫେର ନେଇ ଅଭିଯୋଗ ହୋଇଛି। କେଉଁଠି ଯୋଗ୍ୟ ହିତାଧିକାରୀଙ୍କ ନାଁରେ ଚଞ୍ଚକତା କରି ଟଙ୍କା ଉଠାଇ ନିଆଯାଇଛି ତ ଆଉ କେଉଁଠି ବିନା କାର୍ଯ୍ୟାଦେଶରେ ଘର ବାତିଲ ପାଁଇ ନୋଟିସ୍ ଆସୁଛି। ଜଳେଶ୍ୱର ବ୍ଲକ ଝାଡପମ୍ପଳ ଗାଁର ଶଙ୍କର ଦଣ୍ଡପାଟ କାର୍ଯ୍ୟାଦେଶ ପରେ କାହିଁକି ଘର କରୁନାହଁ ବୋଲି ନୋଟିସ ମିଳିବା ପରେ ଶଙ୍କର ଚକିତ ହୋଇଛନ୍ତି।

ସେ ଜାଣନ୍ତି ନାହିଁ, କାର୍ଯ୍ୟାଦେଶ ଗଲା କୁଆଡେ? ବୁଝୁ ବୁଝୁ ଜଣା ପଡିଲା ବର୍ଷକ ତଳେ ତାଙ୍କ ନାଁରେ ଉଠିଛି ୯୦ ହଜାର ଟଙ୍କା ତାଙ୍କ ଅଗୋଚରରେ କିଏ ଟଙ୍କା ନେଲା, ବାରମ୍ବାର ସରକାରୀ ଦପ୍ତରକୁ ଦୌଡି ଦୌଡି ନିରାଶ ହେବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶଙ୍କର ଅନଶନରେ ବସିଥିଲେ। ଆଉ ତାପରେ ପଦାକୁ ଆସିଛି ସତ। ଭିଏଲଡବ୍ଲୁ ସୁଶାନ୍ତ ଜେନା, ଜିଆରଏସ୍ ପ୍ରଦୀପ୍ତ ପ୍ରଧାନ ଓ ସଂଜୟ ଗିରି ଜାଲିଆତି କରି ତାଙ୍କ ନାଁରେ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି।

ସେମାନେ କହିଲେ ଯେ- ୯୦ ହଜାର ଟଙ୍କା ନେଇଛି, ଘର କଣ ପାଇଁ କରିନ। ମୁଁ ଟଙ୍କା ଟିଏ ବି ନେଇନି, ସେଇ ଭଙ୍ଗା ଘର ହିଁ ଘର ବୋଲି ମୁଁ କହିଥିଲି। ମୋର ଆଧାର କାର୍ଡ ସହ ସବୁ ଡକ୍ୟୁମେଣ୍ଟ ନେଇଗଲେ କିନ୍ତୁ ଘର ତିଆରି ପାଇଁ ପଇସାଟିଏ ସେମାନେ ଦେଲେନାହିଁ।
-ଶଙ୍କର ଦଣ୍ଡପାଟ, ଝାଡପମ୍ପଳ, ଜଳେଶ୍ୱର

ସେହିପରି ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ଦଉଡିଭଙ୍ଗାର ରୀନା ମହାଳିକ କାର୍ଯ୍ୟାଦେଶ ପାଇ ଘର କରିନଥିବାରୁ ତାଙ୍କୁ ବି ନୋଟିସ୍ ଆସିଛି। ୭ ଦିନ ମଧ୍ୟରେ କାମ ନକଲେ କାର୍ଯ୍ୟାଦେଶ ବାତିଲ ହୋଇଯିବ ବୋଲି କୁହାଯାଇଛି। ତାଙ୍କୁ ଜଣାନଥିଲେ ମଧ୍ୟ ୨୦୧୭ରୁ ରୀନାଙ୍କ ନାଁରେ କାର୍ଯ୍ୟାଦେଶ ଇସ୍ୟୁ ହୋଇସାରିଛି। ଏପଟେ ବାଲେଶ୍ୱର ମ୍ୟୁନିସିପାଲିଟିରେ ୨୦୧୫ରୁ ଏଯାଏଁ କେତେ ଲୋକଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଛି ସେ ତଥ୍ୟ ବି ନାହିଁ।

ଅନ୍ୟପକ୍ଷରେ ଯେଉଁ ୧୭ଶହ ୩୬ ଜଣଙ୍କୁ କାର୍ଯ୍ୟାଦେଶ ମିଳିଥିବା ନେଇ ତାଲିକା ରହିଛି, ସେମାନଙ୍କ ମଧ୍ୟରୁ ୩୪୯ ଜଣ ଘର କରିନଥିବାରୁ କାର୍ଯ୍ୟାଦେଶ ବାତିଲ ପାଇଁ ମ୍ୟୁନିସପାଲଟି କର୍ତ୍ତୃପକ୍ଷ ନୋଟିସ କରିଛନ୍ତି।

କେତେ କାର୍ଯ୍ୟାଦେଶ ଇସ୍ୟୁ ହୋଇଛି, ତାହା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନାହିଁ। ମୋ ତରଫରୁ ୩୪୯ ଜଣଙ୍କୁ ନୋଟିସ୍‌ କରାଯାଇଛି, ଯେଉଁମାନେ ଆଦୌ ଘର ଆରମ୍ଭ କରିନାହାନ୍ତି। 
-ସାବିତ୍ରୀ ମିଶ୍ର, ନୋଡାଲ ଅଫିସର, ବାଲେଶ୍ୱର ପୌରପାଳିକା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ଜିଲ୍ଲାପାଳ କହିଛନ୍ତି କେତେ ଘର ହୋଇଛି, କେତେ ବାକି ଅଛି ତାର ଯାଞ୍ଚ ଚାଲିଛି, ଅନ୍ୟପଟେ କିଛିଦିନ ତଳେ ଜିଲ୍ଲା ସମ୍ମନ୍ୱୟ କମିଟିି ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗ ଉଠିଥିଲା। ଘର ତିଆରିରେ ବିଳମ୍ବ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ରିପୋର୍ଟ: ରଶ୍ମିରଞ୍ଜନ ଦାସ

https://www.youtube.com/watch?v=mW3YiUuHRUc

Allegations-of-widespread-irregularity-in-pmay-rocks
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories