• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ନୂଆ: ପୁଣି ଛତିଶଗଡ଼ର ଦାଦାଗିରି। ଓଡ଼ିଶା ଜମିରେ ବ୍ରିଜ୍ ତିଆରି କରି ପୁଣି ନିଜର ଦବଦବା ଜାହିର୍ କରିଛି ପଡ଼ୋଶୀ ଛତିଶଗଡ ସରକାର। ନୂଆପଡା ଜିଲ୍ଲା ସୀମାନ୍ତ ଡଙ୍ଗରିପାଲି ଗାଁ ଧାଙ୍ଗରୀନାଳ ଉପରେ ଛତିଶଗଡ ସରକାର ଏକ ବ୍ରିଜ୍ ତିଆରି କରିଥିବା ଜଣାପଡିଛି। ଏହି ବ୍ରିଜ୍ ନିର୍ମାଣ କରି ଓଡ଼ିଶାର ପାଖାପାଖି ୫୦ ମିଟର ଜମି ମାଡି ଆସିଥିବା ଅଭିଯୋଗ ହୋଇଛି।

ଏ ରାସ୍ତା କେନ୍ଦୁମୁଣ୍ଡା ପଂଚାୟତ ସହ ଡଙ୍ଗରିପାଲିକୁ ସଂଯୋଗ କରିଥାଏ। ଓଡିଶା ସରକାର, ପଂଚାୟତ, ବ୍ଲକ ତରଫରୁ ଏଠାରେ ବିଭିନ୍ନ ସମୟରେ ରାସ୍ତା କାମ ମଧ୍ୟ ହୋଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଛତିଶଗଡ ସରକାର ଏତେ ବଡ ବ୍ରିଜ୍ ତିଆରି କରିବା ଘଟଣା ଓଡିଶା ସରକାର କି ନୂଆପଡା ଜିଲ୍ଲା ପ୍ରସାଶନର ନଜରକୁ ଆସିଲାନି କେମିତି?

ଅନ୍ୟପଟେ, ଘଟଣାର ତଦନ୍ତ କରାଯିବ। ସୀମା ବିବାଦ ଥିଲେ ଦୁଇ ରାଜ୍ୟର ଉଚ୍ଚାଧିକାରୀ ସ୍ତରରେ ଆଲୋଚନା କରାଯିବ ବୋଲି କହିଛନ୍ତି ନୂଆପଡା ଉପଜିଲ୍ଲାପାଳ। ଓଡିଶା ଜମିରେ ଛତିଶଗଡର ଦାଦାଗିରି ନୂଆଁ ଘଟଣା ନୁହେଁ। ପୂର୍ବରୁ ବି ନୂଆପଡା ବ୍ଲକର ନଟେଇ ନାଳରେ ଚେକଡ୍ୟାମ ତିଆରି, ନୂଆଁମାଲପଡା ଗାଁ ପାଖରେ ଜମି ବିବାଦରେ ଚର୍ଚ୍ଚାକୁ ଆସିଛି ଛତିଶଗଡ।

https://www.youtube.com/watch?v=llLA8wyoSxs

Allegations-of-bridge-construction-by-chhattisgarh-govt-on-odisha-land
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories