ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଉଦ୍ୟମ ଅଭିଯୋଗ

ସରକାରଙ୍କ ବିରୋଧରେ ଅଭିଯୋଗ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ଅପକୌଶଳ ଅବଲମ୍ବନ କରୁଥିବା ଅଭିଯୋଗ। ସରକାରଙ୍କ ବିରୋଧରେ ଏହିଭଳି ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ରାହୁଲଙ୍କ ଓଡ଼ିଶା ଗସ୍ତ ଦିନ ପୁରୀରେ ସରକାରୀ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ବସ୍‌ଗୁଡ଼ିକୁ ପୁରୀ ଅଭିମୁଖେ ପଠାଇବା ପାଇଁ ଆର୍‌ଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ନିରଞ୍ଜନ କହିଛନ୍ତି।

କେବଳ ସେତିକି ନୁହେଁ, ଯେଉଁ ଚାରି ଚକିଆ ଯାନଗୁଡ଼ିକର ଭଡ଼ାକୁ ମଧ୍ୟ ଆଶାତୀତ ଭାବେ ବଢ଼େଇ ଦେଇଛନ୍ତି। ଏଭଳି କରି ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମକୁ ଯେପରି ଲୋକେ ନ ଆସି ପାରିବେ, ସେଭଳି ବ୍ୟବସ୍ଥା କରାଯାଉଥିବା ଅଭିଯୋଗ ହୋଇଛି।

ତେବେ କଂଗ୍ରେସର ଏଭଳି ଅଭିଯୋଗ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ସାହୁ।

You might also like