ଜଲିଉଡ୍‌ରେ ଅଶ୍ଳୀଳ ଝଡ଼ : ଖଣ୍ଡଗିରି ଯାତ୍ରାରେ ଆପତ୍ତିଜନକ ରେକର୍ଡ ଡ୍ୟାନ୍ସ ଅଭିଯୋଗ

ଭୁବନେଶ୍ୱର : ଯାତ୍ରା ପେଣ୍ଡାଲ୍‌ରେ ଜଲ୍ୱା। ଆଖି ଝଲସା ଲାଇଟ୍‌ରେ ଆଖି ବନ୍ଦ ହୋଇଗଲା ଭଳି ନୃତ୍ୟ। କେତେବେଳେ ବିଦେଶୀ ଅଭିନେତ୍ରୀଙ୍କ ରୋମାଞ୍ଚିତ ନାଚଗୀତ ତ ଆଉ କେତେବେଳେ ଅଣଓଡ଼ିଆ ଆଇଟମ୍ ଗର୍ଲଙ୍କ ଅଙ୍ଗ ପ୍ରଦର୍ଶନ।

ଆଉ ଏପଟେ ଯାତ୍ରାର ଏହି ଖାସ୍‌ ଦୃଶ୍ୟ ଦେଖିବା ପାଇଁ ଖଚାଖଚ୍ ଦର୍ଶକ। ତେବେ ସାମ୍ନାକୁ ଆସିଛି ସାଂଘାତିକ ଅଭିଯୋଗ। ଚଳିତ ଥର ଖଣ୍ଡଗିରି ଯାତ୍ରାରେ ନିର୍ଦ୍ଦିଷ୍ଟ ଏକ ପାର୍ଟି ପକ୍ଷରୁ ରାଣୀ ନାମକ ଜଣେ ଅଭିନେତ୍ରୀଙ୍କ ନୃତ୍ୟ ସହ ଅଙ୍ଗପ୍ରଦର୍ଶନକୁ ନେଇ ଉଠିଛି ଝଡ଼।

ତାସହ ଦର୍ଶକ ଗ୍ୟାଲେରୀରେ ପଶି ଜଣେ ଦର୍ଶକଙ୍କ କାନକୁ ସେ କାମୁଡ଼ିଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବହୁ ତମ୍ବିତୋଫାନ ହେବା ପରେ ଆଜି ଖଣ୍ଡଗିରି ଯାଇ ବ୍ୟାପକ ଭଙ୍ଗାରୁଜା କରିଛନ୍ତି କିଛି ଅନୁଷ୍ଠାନର କର୍ମକର୍ତ୍ତା। ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଥିବା ଅଭିଯୋଗ ନେଇ ଖଣ୍ଡଗିରି ଥାନାରେ ଏତଲା ଦେବା ସହ ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେପଟେ ପୁଲିସ୍ କମିଶନର ଚରମବାଣୀ ଶୁଣାଇବା ସହ ଯାତ୍ରାପାର୍ଟି ଗୁଡ଼ିକୁ ତାଗିଦ୍ କରିଛନ୍ତି।

ଯାତ୍ରାରେ ଅଭିନେତ୍ରୀ ମାନଙ୍କ ଏଭଳି ନୃତ୍ୟ ଦେଖିବାକୁ ଗୋଟିଏ ପଟେ ଦର୍ଶକ ରାତି ଅନିଦ୍ରା ହେଉଥିବାବେଳେ ଅନ୍ୟପଟେ ମାଲିକ ମଧ୍ୟ ମାଲାମାଲ୍ ହେଉଛନ୍ତି। ପ୍ରତିବଦଳରେ ଅନ୍ୟ କଳାକାରଙ୍କ ଅପେକ୍ଷା ମୋଟା ଅଙ୍କର ପାଉଣା ମଧ୍ୟ ପାଉଛନ୍ତି ସଂପୃକ୍ତ ଅଭିନେତ୍ରୀ। ଫଳରେ ସେନସର୍‌ଲେସ୍‌ ଯାତ୍ରାପାର୍ଟି ଗୁଡ଼ିକରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ଉଠୁଥିବାବେଳେ ନିଜେ ପ୍ରତିକ୍ରିୟା ରଖି ରୋକ୍‌ଠୋକ୍ ଜବାବ ଦେଇଛନ୍ତି ରାଣୀ।

ଅପରପକ୍ଷେ ଯାତ୍ରା କଳାକାର ପ୍ରତିକ୍ରିୟା ରଖି କହିଛନ୍ତି, ସବୁଠି ଅଶ୍ଳୀଳତା ରହୁଛି। ତଥାପି ସୀମା ଭିତରେ ରହିବା ଉଚିତ୍। ଅନେକ ବାର ଯାତ୍ରାରେ ଅଶ୍ଳୀଳତାକୁ ନେଇ ବିବାଦ ଆଉ ବିତର୍କ ଲାଗିରହୁଥିବାବେଳେ ଆଗକୁ ଏହି ପ୍ରସଙ୍ଗ କି ରୂପ ନେଉଛି ତାଉପରେ ଏବେ ନଜର।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like