ମାଲକାନଗିରିରେ ମିଳୁଛି ପ୍ଲାଷ୍ଟିକ୍ ଅଣ୍ଡା !

ମାଲକାନଗିରି: ମାଲକାନଗିରି ବଜାରରେ ଏବେ ପ୍ଲାଷ୍ଟିକ୍‌ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଆଜି ହାଇଟେକ୍‌ କଲୋନୀରେ ରହୁଥିବା ଦିଗାମ୍ୱର ବେହେରା ଏକ ଦୋକାନରୁ ୪ଟି ଅଣ୍ଡା କିଣିଥିଲେ। ଅଣ୍ଡାକୁ ଫଟାଇଲା ପରେ ସେହି ଅଣ୍ଡା ଭିତରେ ଏକ ପ୍ଲାଷ୍ଟିକ୍ ଆବରଣ ଦେଖିଥିଲେ।

ଅଣ୍ଡାର କେଶରକୁ ସେ ଉପରକୁ ଟେକିବା ଦ୍ୱାରା ଏହା ନ ଫାଟି ଉପରକୁ ଝୁଲି ରହୁଥିଲା। ଏଥସହ ସେ ଅଣ୍ଡାରୁ ବାହାରିଥିବା ପ୍ଲାଷ୍ଟିକ୍‌ ଆବରଣକୁ ନିଆଁରେ ଲଗାଇଥିଲେ। ଫଳରେ ତାହା ପୋଡ଼ିବା ସହ ପ୍ଲାଷ୍ଟିକ୍‌ ବାସ୍ନା ହୋଇଥିଲା। ସାଧାରଣ ଅଣ୍ଡା ତୁଳନାରେ ଏହା ଗୋଲିଆ ବୋଲି ଅଭିଯୋଗ ହୋଇଛି।

ଏହି ଅଣ୍ଡା ବଜାରରେ ମିଳୁଥିବା ନେଇ ଚର୍ଚ୍ଚା ପରେ ସାଧାରଣରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

You might also like