ଡାକ୍ତର ବିକୁଥିଲେ ନିଶା ଔଷଧ !

କୋରାପୁଟ: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଇଥାଏ। କାରଣ ସେମାନେ ରୋଗୀଙ୍କୁ ନୂଆ ଜୀବନ ଦେଇଥାନ୍ତି। ହେଲେ ସେହି ଦେବଦୂତ ଯଦି ଆପଣଙ୍କ ସହ ଏମିତି କରିବେ, ତା’ ହେଲେ ଆପଣ କରିବେ ? ଡାକ୍ତର ବିକୁଥିଲେ ନିଶା ଔଷଧ ! କଥା ଶୁଣିକି ଆପଣଙ୍କୁ ଅଜବ ଲାଗୁଥିଲେ ବି ସତ।   କୋରାପୁଟରୁ ଏଭଳି ଅଭିଯୋଗ ଆସିଛି। ନିଶା ଔଷଧ ବିକ୍ରି ଅଭିଯୋଗରେ ପୁଲିସ୍‌ ଜଣେ ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, ସମ୍ପୃକ୍ତ ଡାକ୍ତରଙ୍କ କ୍ଲିନିକ୍‌ରେ ନିଶା ଔଷଧ ବିକ୍ରି ହେଉଥିବା ଅଭିଯୋଗ ନେଇ ପୁଲିସ୍‌କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ କୋରାପୁଟ ଟାଉନ ଥାନା ପୁଲିସ୍‌ ବସ୍‌ ଷ୍ଟାଣ୍ଡରେ  ଉକ୍ତ ଡାକ୍ତରଙ୍କ ହୋମିଓପାଥିକ୍‌ କ୍ଲିନିକ୍‌ରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ୍‌ ବିଭିନ୍ନ ନିଶା ଔଷଧ ଜବତ କରିଥିବା ଜଣାପଡ଼ିଛି।

ଏସବୁ ଔଷଧକୁ ଡାକ୍ତରଙ୍କ ବିନା ପରାମର୍ଶରେ ଏବଂ ବେଆଇନ ଭାବେ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା।

You might also like