ମୟୂରଭଞ୍ଜ: ଫଳକରେ ସୀମିତ ରହିଛି ବ୍ୟାରେଜ୍ କାମ। ୬ ବର୍ଷ ବିତିଯାଇଥିଲେ ମଧ୍ୟ, ଟିକେ ବି କାମ ଆଗେଇନି। ଏପରି ଅବହେଳା ମୟୂରଭଞ୍ଜ ଉଦଳା ଯଇଦା ଗାଁ ନିକଟ ବ୍ୟାରେଜ ପ୍ରକଳ୍ପରେ ହୋଇଥିବା ଅଭିଯୋଗ ହେଇଛି।
ସନୋ ନଦୀରେ ବ୍ୟାରେଜ ର୍ନିମାଣ ପାଇଁ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମାତ୍ର ୬ ବର୍ଷ ପରେ ବି ଇଞ୍ଚେ କାମ ଆଗେଇ ପାରିନି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକଳ୍ପ କାମ ଶେଷ ହେଲେ ବିଶେଷ କରି ଜିବିନଗର, ବଡ଼ସାହି, ବାଲେଶ୍ୱର ଓ ନୀଳଗିରି ବ୍ଲକର ଚାଷୀ ମାନେ ଉପକୃତ ହୋଇପାରିବେ। ଖାଲି ସେତିକି ନୁହେଁ, ବ୍ୟାରେଜ୍ ହେଲେ ୯ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ।
ତେବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ କାମ ଆରମ୍ଭ ହୋଇପାରୁନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଖୁବ୍ ଶିଘ୍ର ଟେଣ୍ଡର କରାଯାଇ କାମ ଆରମ୍ଭ ହେବ ବୋଲି ମାଇନର ଇରିଗେସନ ବିଭାଗ ର୍ନିବାହୀ ଯନ୍ତ୍ରୀ କହିଛନ୍ତି।