ଜିଲ୍ଲାପାଳ ଗାଳିଗୁଲଜ କରିଥିବା ଅଭିଯୋଗ କଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ
କୋରାପୁଟ : କୋରାପୁଟ ଜିଲ୍ଲାପାଳଙ୍କ ନାଁରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଗାଳିଗୁଲଜ ଅଭିଯୋଗ। କୋରାପୁଟ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିଥିବା ଅଭିଯୋଗ ଅଣିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ର୍ଥ ଶ୍ରେଣୀ କର୍ମଚାରୀମାନେ।
ଅାସନ୍ତା ୨୪ ଘଣ୍ଟା ଭିତରେ ଜିଲ୍ଲାପାଳ କ୍ଷମା ନମାଗିଲେ କାଲିଠାରୁ କାର୍ଯ୍ୟବନ୍ଦ ଅାନ୍ଦୋଳନ କରାଯିବ ବୋଲି ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର କୋରାପୁଟ ଶାଖା ଚେତାବନୀ ଦେଇଛି। ଜୟପୁରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାସ୍ଥର ପରେ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ମଧ୍ୟ ବଦଳି କରାଯାଇଥିଲା।
ତେବେ ବଦଳି ଅାଦେଶ ପାଇବା ପରେ ନିଜ ଭିତରେ ବୈଠକ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜିଲ୍ଲାପାଳ ଅାସି ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଖଣ୍ଡନ କରିଛନ୍ତି।