କଟକ: ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ତଥା ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ସ୍ୱାମୀ ଅନୁଭବଙ୍କ ବିରୋଧରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଏ ନେଇ କଟକ SDJM କୋର୍ଟରେ ମାମଲା ଦାୟର କରିଛନ୍ତି ବର୍ଷା। ପାରିବାରିକ ହିଂସା ନିରୋଧ ଆଇନ ଧାରା-୧୨ ଅନୁଯାୟୀ ମାମଲା ଦାୟର ହୋଇଛି।
ଆସନ୍ତା ୭ ତାରିଖ ଦିନ ମାମଲାର ପ୍ରଥମ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ମାମଲା ଦାୟର ହୋଇଥିବା ନେଇ ଜିଲ୍ଲା କୋର୍ଟଙ୍କ ଅଫିସିଆଲ ୱେବ୍ସାଇଟ୍ରେ ସୂଚନା ପ୍ରଦାନ କରାଯାଇଛି।
ଏହି ଘଟଣାକୁ ନେଇ ଅନୁଭବ ପ୍ରତିକ୍ରିୟା ରଖି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମୋ ପାଖକୁ କୌଣସି ଲିଗାଲ୍ ନୋଟିସ୍ ଆସିନାହିଁ। ନୋଟିସ୍ ଆସିଲେ ଜଣାଇବି।