ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ମହିଳା କମିଶନ ସଦସ୍ୟାଙ୍କ ଅଭିଯୋଗ

ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ରାଜ୍ୟ ମହିଳା କମିଶନ ସଦସ୍ୟା ତଥା କଳାହାଣ୍ଡି ଜିଲ୍ଲାର ବିଜେଡି ନେତ୍ରୀ ତିଳୋତ୍ତମା ନାୟକ।

ତିଳୋତ୍ତମାଙ୍କ କହିବା ଅନୁଯାୟୀ, ନିର୍ବାଚନ ପ୍ରସଙ୍ଗରେ ଆଜି ସକାଳେ ସେ ପ୍ରଣବଙ୍କୁ ଭେଟିବାକୁ ଯାଇଥିଲେ। କିନ୍ତୁ ପ୍ରଣବ ତାଙ୍କୁ ଗାଳିଗୁଲଜ କରିବା ସହ ସେଠାରୁ ବିତାଡ଼ିତ କରିଦେଇଥିବା ସେ ଅଭିଯୋଗ କରିଛନ୍ତି।

ଏହାପରେ ସେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରଣବଙ୍କ ବିରୋଧରେ ଫେରାଦ ହେବାକୁ ଚାହିଁଥିଲେ। ତେବେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତରେ ଯାଇଥିବାରୁ ସେଠାରୁ ଫେରିବା ପରେ ତାଙ୍କୁ ଭେଟିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

ଅନ୍ୟପଟେ, ତିଳୋତ୍ତମାଙ୍କ ଅଭିଯୋଗ ନେଇ ନେଇ ପ୍ରଣବଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like