ପୋଲିସ୍ ଜୁଲମ୍‌ ପ୍ରତିବାଦରେ ପରିବା ଦୋକାନ ବନ୍ଦ

ବାରିପଦା: ବାରିପଦାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଅଭିଯୋଗ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବା ବ୍ୟବସାୟୀ। ଘଟଣାର ପ୍ରତିବାଦରେ ଆଜି ସ୍ଥାନୀୟ ପରିବା ବ୍ୟବସାୟୀ ସଂଘ କାରବାର ବନ୍ଦ ରଖିଛି। ଫଳରେ ଲୋକେ ନାହିଁନଥିବା ହଇରାଣ ହୋଇଛନ୍ତି।

ଗତକାଲି ସକାଳୁ ବାରିପଦା ସହରର ମୁଖ୍ୟ ପରିବା ବଜାରରେ ସାମାଜିକ ଦୂରତା ରକ୍ଷା କରୁନଥିବା ଦର୍ଶାଇ ପୋଲିସ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଘଉଡ଼ାଇ ଦେଇଥିଲା। ତାସହ ଦୋକାନ ସବୁକୁ ପୋଲିସ ବନ୍ଦ କରିଦେଇଥିବା ଅଭିଯୋଗ କରିଛି ବ୍ୟବସାୟୀ ସଂଘ।

ଏହାର ପ୍ରତିବାଦରେ ଆଜି ସହରରେ ପରିବା ବ୍ୟବସାୟକୁ ବନ୍ଦ କରିଦେଇଛନ୍ତି ବ୍ୟବସାୟୀ। ତେବେ ଏନେଇ ପୋଲିସ ଏବଂ ବ୍ୟବସାୟୀ ସଂଘ ମଧ୍ୟରେ ଆଲୋଚନା ହୋଇଥିଲେ ବି କୌଣସି ସମାଧାନର ବାଟ ବାହାରିନଥିବା ଜଣାପଡ଼ିଛି। ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି।

You might also like