ଶ୍ରୀମନ୍ଦିର ଭିତରେ ହେବ ସମସ୍ତ ନୀତକାନ୍ତି

ପୁରୀ: ଶ୍ରୀମନ୍ଦିର ଭିତରେ ହେବ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି।  ଚନ୍ଦନଯାତ୍ରାଠାରୁ ଭଉଁରୀ ଯାତ୍ରା, ଅକ୍ଷୟ ତୃତୀୟା ନୀତି ଏବଂ ରଥକାଠ ଅନୁକୁଳ ନୀତି ସବୁ କିଛି ଶ୍ରୀମନ୍ଦିର ଭିତରେ ହିଁ କରାଯିବ।

ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିମାନବଡୁ ସେବାୟତ।  ସମସ୍ତ ବାହାର ନୀତି ଭିତରେ ହେବା ପାଇଁ ଆଜ ବୈଠକରେ ପ୍ରସ୍ତାବ ଦିଆଯାଇଥିବା ବିମାନବଡୁ ସେବକ ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ପଞ୍ଚୁ ପାଣ୍ଡବ ସେବାୟତ ମାନେ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧ୍ୟ ଯୋଗ ଦେଇଥିଲେ।  ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

You might also like