କରୋନାରୁ ସୁସ୍ଥ ହେଲେ ରାଜ୍ୟରେ ଆକ୍ରାନ୍ତ ହୋଇଥିବା ସମସ୍ତ ଛୋଟ ପିଲା

ଭୁବନେଶ୍ୱର: କରୋନାରୁ ସୁସ୍ଥ ହେଲେ ରାଜ୍ୟରେ ଆକ୍ରାନ୍ତ ହୋଇଥିବା ସମସ୍ତ ଛୋଟ ପିଲା। ସେମାନଙ୍କ ବୟସ ୧୪ ବର୍ଷରୁ କମ୍ ହେବ। ତେବେ ମହାମାରୀ ‘କରୋନା’ରେ ରାଜ୍ୟରେ ୨୦ ଜଣ ଛୋଟପିଲା ଆକ୍ରାନ୍ତ ହୋଇଥିଲେ। ଏବେ ସେମାନେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛନ୍ତି କୋଭିଡ୍‌ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ଆଜି ସୁଦ୍ଧା ରାଜ୍ୟରେ ୬୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ୨୦ ଜଣ ଛୋଟ ପିଲା ଅଛନ୍ତି। ଏବେ ୫୦୩ ଜଣ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।  ଏହାଛଡ଼ା ଅନେକ ଲୋକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

ରାଜ୍ୟରେ ଆଜି ଆଉ ୮ କରୋନା ଆକ୍ରାନ୍ତ‌ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ ୪ଜଣ, ଭଦ୍ରକରୁ ୨ଜଣ, ବାଲେଶ୍ୱର ଓ କେନ୍ଦୁଝରରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

You might also like