୧୮ବର୍ଷ ବୟସରୁ ଅଧିକ ସେବାୟତଙ୍କୁ ଦିଆଯିବ କରୋନା ଟିକା

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ନୀଳାଚଳ ଭକ୍ତ ନିବାସ ପରିସରରେ କୋଭିଡ୍ କେୟାର ସେଣ୍ଟର ଉଦଘାଟିତ ହୋଇଛି। ଏଠାରେ ୧୨୦ ବେଡ୍ ବ୍ୟବସ୍ଥା ଅଛି। ପଜିଟିିଭ ଚିହ୍ନଟ ୫୦ରୁ ଅଧିକ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ଏଠାରେ ରଖାଯାଇଛି। ନୀଳାଚଳ ଭକ୍ତ ନିବାସ କୋଭିଡ କେୟାର ସେଣ୍ଟରରେ ସବୁ ବେଡ୍‌ରେ ଅକ୍ସିଜେନ ରହିବ। ଆଜି ପୁରୀ ଭକ୍ତନିବାସରେ ବୈଠକ ପରେ ଏହା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ଆସନ୍ତା ୧ତାରିଖରୁ ୧୮ବର୍ଷ ବୟସରୁ ଅଧିକ ସେବାୟତଙ୍କୁ ଟିକା ଦିଆଯିବ। ରଥ କାର୍ଯ୍ୟରେ ନିୟୋଜିତ ସମସ୍ତ ଭୋଇ, ମହାରଣା ସେବାୟତ ମଧ୍ୟ ଟିକା ନେବେ। ସେବାୟତଙ୍କ ପ୍ରତି ପରିବାରକୁ ଟ୍ରାକିଂ କରାଯିବ କିଏ ଟିକା ନେଇଛି, କିଏ ନେବ, କାହାର ସ୍ୱାସ୍ଥ୍ୟ କିପରି ଅଛି ସେନେଇ ତଥ୍ୟ ନିଆଯିବ।

ଏଥିପାଇଁ ୭ଜଣିଆ ସେବାୟତ କମିଟି ଗଠନ ହୋଇଛି। ଆସନ୍ତା ଶନିବାର ବୈଠକରେ ରାଜ୍ୟ ଭିତରର ଭକ୍ତଙ୍କ ପାଇଁ ଜାରି ହୋଇପାରେ ନୂତନ ଏସଓପି। ରାଜ୍ୟ ଭିତରର ଭକ୍ତଙ୍କ RTPC ଟେଷ୍ଟ କରାଯିବ କି ନାହିଁ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

You might also like