କାଲି ଓଡ଼ିଶାର ସବୁ ସ୍କୁଲ୍‌ ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏ ଅର୍ଥାତ୍‌‌ ୬ ଘଣ୍ଟା ଯାଏ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।  ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି, ଏଲ୍‌ପିଜି ଗ୍ୟାସ୍‌ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

କଂଗ୍ରେସର ବନ୍ଦ ଡାକରା ଦୃଷ୍ଟିରୁ ଆସନ୍ତାକାଲି ରାଜ୍ୟରେ ସବୁ ସ୍କୁଲ୍ ବନ୍ଦ ନେଇ ଘୋଷଣା ହୋଇଛି। ସରସ୍ୱତୀ ପୂଜା ଦିନ ମଧ୍ୟ ସ୍କୁଲ୍‌ ବନ୍ଦ ରହିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ଆମ୍ବୁଲାନ୍ସ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହାନ, ଔଷଧ ଦୋକାନ, ଅତ୍ୟାବଶ୍ୟକ ସେବାରେ ଥିବା ଗାଡ଼ିକୁ ବନ୍ଦରୁ ବାଦ୍ ପଡ଼ିବ।

You might also like