କାଲି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ କାଲି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ରହିବ। କାଲି କୃଷକ ସଂଗଠନ ବନ୍ଦ ଡାକରା ଦେଇଛି। ବନ୍ଦକୁ କଂଗ୍ରେସ ଓ ବାମଦଳ ସମର୍ଥନ ଜଣାଇଛି।

ସେହିପରି ଆସନ୍ତାକାଲିର ଭାରତ ବନ୍ଦ ଡାକରାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏନେଇ ଲୋକସେବା ଭବନ ଓ ଖାରବେଳ ଭବନ ସୁରକ୍ଷା ନେଇ ଚିଠି ହୋଇଛି। ସବୁ ବିଭାଗୀୟ ସଚିବଙ୍କୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଚିଠି ଲେଖିଛନ୍ତି। ଆସନ୍ତାକାଲି କର୍ମଚାରୀଙ୍କୁ ସାଢ଼େ ୯ଟା ସୁଦ୍ଧା ଅଫିସ୍‌ରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନ ଗେଟ୍ ଦିନ ୧୦ଟା ୧୫ରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୁଣିଥରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ। କେନ୍ଦ୍ରର କୃଷି ଆଇନ୍‌ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ଏହି ବନ୍ଦ ଡାକରା ଦେଇଛନ୍ତି। ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୫ ମାସ ପୂରିବାକୁ ଯାଉଛି। ଏହି ଅବସରରେ କୃଷକ ସଂଗଠନ ଗୁଡ଼ିକ ଆସନ୍ତାକାଲି ୨୬ ତାରିଖ ଭାରତ ବନ୍ଦ ଡାକରା ଦେଇଛନ୍ତି।

ଭାରତ ବନ୍ଦକୁ ନେଇ ଚାଷୀ ନେତା ବୁଟା ସିଂ ବୁର୍ଜଗିଲ୍‌ କହିଥିଲେ ଯେ, ୩ଟି କେନ୍ଦ୍ରୀୟ କୃଷି ବିଲ୍ ବିରୋଧରେ ଚାଷୀମାନେ କରୁଥିବା ଆନ୍ଦୋଳନକୁ ଅନେକ ମାସ ପୂରିବାକୁ ଯାଉଛି। ଏହି ଅବସରରେ ‌ମାର୍ଚ୍ଚ ୨୬ରେ ଭାରତ ବନ୍ଦ ପାଳନ ହେବ। ଶାନ୍ତିପୂର୍ଣ୍ଣ ଭାବେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ। 
You might also like