ଲଗାଣ ବର୍ଷା ; ସ୍କୁଲ, କଲେଜ ଛୁଟି

ବଲାଙ୍ଗିର : ବଲାଙ୍ଗିର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ୍‌ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଲଗାଣ ବର୍ଷା ଯୋଗୁ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଘରେ ଭିତରେ ପାଣି ପଶିଯାଇଛି। ସହରର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗାଡ଼ି ଚଳାଚଳ ବନ୍ଦ ରହିଛି।  ତଳିଆ ଅଞ୍ଚଳ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଓଡ୍ରାଫ୍ ଟିମ୍ ଲାଗି ପଡ଼ିଥିବା ବେଳେ ଜିଲ୍ଲାପାଳ ସ୍ଥିତି ତଦାରଖ କରୁଛନ୍ତି। ସେ ଆଜି ସକାଳେ କିଛି ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ଅବସ୍ଥା ବୁଝିଥିଲେ।

ସେହିପରି ପ୍ରବଳ ବର୍ଷା ଯୋଗୁ ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଲା ବ୍ଲକରେ ପ୍ରବାହିତ ଖଡଙ୍ଗ ନଦୀର ବନ୍ୟାଜଳ ବିଭିନ୍ନ ଗାଁରେ ପ୍ରବେଶ କରିବାରେ ଲାଗିଛି। ଏହି ବ୍ଲକ୍‌ ଜାମୁଟ ଗାଁର ଧରୁଆପଡ଼ା ଓ ତିଲକାମାଲ ଗାଁକୁ ବନ୍ୟା ପାଣି ପଶି ଯିବାରୁ ପ୍ରାୟ ୨୦୦ ପରିବାର ପାଣି ଘେରରେ ରହିଛନ୍ତି। ଗୁଡଭେଲା ବ୍ଲକ ପ୍ରଶାସନ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ପ୍ରାୟ ୧୦ଟି ପରିବାରକୁ ଉଦ୍ଧାର କରିଛନ୍ତି।

ଆହୁରି ପଢ଼ନ୍ତୁ

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଡିପ୍ଲୋମା ଛାତ୍ରଙ୍କ ସ୍ୱତନ୍ତ୍ର ପ୍ରୟାସ ; ତିଆରି କଲେ ଅଟୋମେଟେଡ୍ ସୋଲାର ସ୍ପ୍ରେ ମେଶିନ

ବାଲିମେଳାରେ ଡଙ୍ଗା ଓଲଟିବା ଘଟଣାରେ ୩ ମୃତଦେହ ଉଦ୍ଧାର

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଭଦ୍ରକ ପୁରୁଣା ବଜାର ଉତ୍ତେଜନା ହ୍ରାସ : IICଙ୍କୁ ବଦଳି

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା; ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ

ଓକାକ୍ ଟାୱାରରେ ହେବ ‘ମୋ ସରକାର’ ଅଫିସ୍

ଆଧାର ଧରିଲା ୧୯ ଲକ୍ଷ ବେଆଇନ ହିତାଧିକାରୀ

ଗିରଫ ହେଲେଣି ୪୨୬ ମଦୁଆ ଚାଳକ , ଆଗରେ ଗଞ୍ଜାମ

କ୍ୱାର୍ଟର୍ସ ଛାଡୁନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମ ବାଣୀ, ଘର ନଛାଡ଼ିଲେ କଟିବ ଲାଇନ, ପାଣି

ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ !

ଡାକ୍ତର ନୁହେଁ, ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ରୋଗୀ ଚିକିତ୍ସା!

You might also like