ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ହିତାଧିକାରୀଙ୍କୁ ମାଗଣାରେ ମିଳିବ ସ୍ୱାସ୍ଥ୍ୟ ସେବା

ଭୁବନେଶ୍ୱର : ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ହିତାଧିକାରୀଙ୍କୁ ମଧ୍ୟ ମାଗଣାରେ ମିଳିବ ସ୍ୱାସ୍ଥ୍ୟ ସେବା। ବିଜୁ କୃଷକ କଲ୍ୟାଣ ଯୋଜନା ଜରିଆରେ ମାଗଣା ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ।

ଏହି ଯୋଜନା ମାଧ୍ୟମରେ ରାଜ୍ୟର ମୋଟ ୪୪ ଲକ୍ଷ ୮୭୦ ହିତାଧିକାରୀ ମାଗଣା ସ୍ୱାସ୍ଥ୍ୟ ସେବାର ସୁବିଧା ପାଇବେ। ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ଆୟୁଷ୍ମାନ ଭାରତ ଲାଗୁ ହେବା ପରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ବନ୍ଦ ହୋଇଥିଲା।

ତେବେ ଏହି ଯୋଜନା ବନ୍ଦ ହେବା ପରେ ରାଜ୍ୟ ସରକାର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କୁ ବିଜୁ କୃଷକ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

You might also like