ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଶେଷ, ଏବେ ଅପେକ୍ଷା ଲଢ଼େଇକୁ…

ନୂଆଦିଲ୍ଲୀ: ଉପ ନିର୍ବାଚନ ପାଇଁ ଯୋଦ୍ଧା ତୟାର, ମଇଦାନ ପ୍ରସ୍ତୁତ । ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଆସନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବାଲେଶ୍ୱର ସଦର ଆସନରୁ କଂଗ୍ରେସରୁ ମମତା କୁଣ୍ଡୁ ଏବଂ ତିର୍ତ୍ତୋଲ ଆସନରୁ ହିମାଂଶୁ ଭୂଷଣ ମଲ୍ଲିକ ଲଢ଼ିବେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଉଭୟଙ୍କୁ ଦଳ ଟିକେଟ୍ ଦେଇଛି।

ବାଲେଶ୍ୱର ଆସନ ପାଇଁ ବିଜେପି ସ୍ୱର୍ଗତ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ, ବିଜେଡି ସ୍ୱରୂପ କୁମାର ଦାସ ଏବଂ କଂଗ୍ରେସ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରିଛି। ସେହିପରି ତିର୍ତ୍ତୋଲ ଆସନ ପାଇଁ ବିଜେପି ରାଜକିଶୋର ବେହେରା, ବିଜେଡି ବିଜୟ ଶଙ୍କର ଦାସ ଏବଂ କଂଗ୍ରେସ ହିଂମାଶୁ ଭୂଷଣ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ଏବେ ସମସ୍ତଙ୍କ ନଜର ମୁକାବିଲା ଉପରେ।

ତିର୍ତ୍ତୋଲରୁ ଦିବଂଗତ ନେତା ବିଷ୍ଣୁ ଦାସଙ୍କ ପୁଅଙ୍କୁ ବିଜେଡି ଟିକଟ୍ ଦେଇଥିବାବେଳେ ବାଲେଶ୍ୱରରୁ ସରପ୍ରାଇଜ୍ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି ପୂର୍ବତନ କାଉନସିଲର୍ ସ୍ୱରୁପ ଦାସ। ଉଭୟଙ୍କ ପ୍ରାର୍ଥିତ୍ୱ ଉପରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମ॥ ବାଲେଶ୍ୱର ଆସନ ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଛିଣ୍ଡି ନଥିବାରୁ ବାଲେଶ୍ୱର ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷଙ୍କ ଭାଇ ସ୍ୱରୂପ ଦାସଙ୍କୁ ମିଳିଛି ଟିକେଟ୍ ।

ନିଜେ ସ୍ୱରୂପ ବି ସେ ପ୍ରାର୍ଥୀ ହେବେ ବୋଲି ଜାଣିନଥିବା କହିଛନ୍ତି । ସେପଟେ ତିର୍ତ୍ତୋଲରେ ଅନୁକମ୍ପାମୂଳକ ଭୋଟ୍ ହାତେଇବା ଚକ୍କରରେ ବିଷ୍ଣୁ ଦାସଙ୍କ ପୁଅ ବିଜୟଙ୍କୁ ଦଳ ଟିକଟ୍ ଦେଇଛି । ଏଠାରେ ବି ଦିବଂଗତ ନେତା ବିଷ୍ଣୁ ଦାସ ଗୋଷ୍ଠୀ ଓ ସାଂସଦ ରାଜଶ୍ରୀ ମଲ୍ଲିକ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି । ତାସତ୍ତ୍ୱେ ବିଜୟ ଶଙ୍କରଙ୍କ ଉପରେ ଭରସା କରିଛି ଦଳ ।

 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like