‘ଫୋନି’ ପ୍ରଳୟ : ଯୁଆଡ଼େ ଚାହିବେ ଖାଲି ଉଜୁଡ଼ା ଚିତ୍ର

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ସପ୍ତଶଯ୍ୟା। । ଟଳିପଡ଼ିଛି ବିରାଟକାୟ ଗଛ। ଉପୁଡ଼ିଯାଇଛି ବିଦ୍ୟୁତ ଖୁଣ୍ଟି। ଗଛ ପଡ଼ି ଛିଣ୍ଡିଯାଇଛି ବିଦ୍ୟୁତ ତାର। ୫ ଘଣ୍ଟାର ତାଣ୍ଡବ ରଚି ସପ୍ତଶଯ୍ୟାର ସବୁଜିମାକୁ ଉଜାଡ଼ିଦେଇଛି ବାତ୍ୟା ଫୋନି।

ଛୋଟମୋଟ ବ୍ୟବସାୟ କରି ଗୁଜରାଣ ମେଣ୍ଟାଉଥିବା ବ୍ୟବସାୟୀଟିଏ ବି ଘର ଭାଙ୍ଗିଯିବାରୁ ଅସହାୟ ହୋଇପଡ଼ିଛନ୍ତି। ବାଲେଶ୍ୱର ରେମୁଣା ଅଞ୍ଚଳରେ କିନ୍ତୁ ଗରିବ ପରିବା ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ। କାରଣ କାହା କ୍ଷେତର କଦଳୀ ତ ଆଉ କାହା କ୍ଷେତର ଅମୃତଭଣ୍ଡା ଫସଲ ମାଟିରେ ଲୋଟିପଡ଼ିଛି।

ବିଗତ ଦିନରେ କୁଆପଥର ମାଡ଼ରେ ହୋଇଥିବା କ୍ଷୟକ୍ଷତିର ଏଯାଏଁ କେହି ଭରଣା କରିପାରିନଥିବାବେଳେ ଫୋନିର ଫାଶରେ ପଡ଼ି ସର୍ବହରା ହୋଇପଡ଼ିଥିବା କହିଛନ୍ତି ରେମୁଣା ଅଞ୍ଚଳର ଚାଷୀକୂଳ। ନୀଳଗିରି ଅଞ୍ଚଳରେ ଛତ୍ରପୁରରୁ ଭୋଳାନାଥକୁ ସଂଯୋଗ କରୁଥିବା ପୋଲ ଭୁଶୁଡି ପଡିବାରୁ ୮ଟି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି।

କେବଳ ଢେଙ୍କାନାଳ କି ବାଲେଶ୍ୱର ତାନୁହଁ। ଉପକୂଳବର୍ତ୍ତୀ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଜଗତସିଂପୁର, ଭଦ୍ରକ ଓ ପାରାଦୀପ ଅଞ୍ଚଳରେ ମଧ୍ୟ ଭୟଙ୍କର କ୍ଷୟକ୍ଷତି ହୋଇଛି। ତେବେ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ଉଦ୍ଧାର ଏବଂ ରିଲିଫ୍ ବଣ୍ଟନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛିା ଓଡ଼୍ରାଫ୍, ଏନ୍‌ଡିଆର୍‌ଏଫ୍‌ ଏବଂ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ପଡ଼ିରହିଥିବା ଗଛ ଗୁଡ଼ିକୁ ହଟାଇବାକୁ ପ୍ରୟାସ ଜାରି ରହିଛିଯ ସବୁଠୁ ବଡ଼ ଚାଲେଞ୍ଜ ହେଉଛି, ଏସବୁ ଜିଲ୍ଲାଗୁଡ଼ିକରେ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବା ବିଦ୍ୟୁତ ଏବଂ ଟେଲିସେବାକୁ ସ୍ୱାଭାବିକ କରିବା।

ଫୋନି ସିନା ଫେରିଗଲା। ହେଲେ ଛାଡ଼ିଯାଇଥିବା ବିପର୍ଯ୍ୟୟ ପରବର୍ତ୍ତୀ ଯନ୍ତ୍ରଣାରୁ ଉପଶମ କେବେ ମିଳିବ, ତାକୁ ଏବେ ଅପେକ୍ଷା।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like