ଅନ୍‌ଲକ୍‌-୩ରେ ଜିମ୍ ସେଣ୍ଟର ଖୋଲିବାକୁ ଦାବି କଲା ଅଲ୍ ଓଡ଼ିଶା ଜିମ୍ ଆସୋସିଏସନ

ଭୁବନେଶ୍ୱର: ଅନ୍-ଲକ୍ ଥ୍ରୀରେ ଜିମ୍ ଖୋଲିବାକୁ ଦାବି କରିଛି ଅଲ୍ ଓଡ଼ିଶା ଜିମ୍ ଆସୋସିଏସନ। କେନ୍ଦ୍ର ସରକାର ଆସନ୍ତା ୫ ତାରିଖରୁ ଜିମ୍ ଖୋଲିବାକୁ ଅନୁମତି ଦେଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଜିମ୍ ଖୋଲିବାକୁ ଅନୁମତି ଦିଅନ୍ତୁ ବୋଲି ରାଜ୍ୟ ଜିମ୍ ସଂଘ ଦାବି କରିଛି। ଜିମ୍ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ଏହାଦ୍ୱାରା ସଂକ୍ରମଣ ହେବ ନାହିଁ ବୋଲି ଗତ ୧୫ ତାରିଖରେ ଅଲ ଇଣ୍ଡିଆ ଜିମ୍ ଆସୋସିଏସନ୍ ଦାବି କରିଥିଲା।

ଆଉ ଏବେ ଅନ୍‌ଲକ୍‌-୩ରେ ଏସବୁ ଖୋଲିବାକୁ କେନ୍ଦ୍ର ଅନୁମତି ଦେଇଥିବାରୁ ରାଜ୍ୟ ବି ଅନୁମତି ଦେଉ ବୋଲି ସଂଘ ଦାବି କରିଛି। ଆଜି କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ସମସ୍ତ କ୍ଷେତ୍ରକୁ ଖୋଲିବାକୁ ଦାବି କରିଛନ୍ତି। କୋଭିଡ୍ ନିୟମ ପାଳନ କରି ସବୁ କ୍ଷେତ୍ରର ପରିଚାଳନ କରାଯାଉ ବୋଲି ସେ କହିଛନ୍ତି।

ଅନ୍ୟପଟେ କିନ୍ତୁ ରାଜ୍ୟରେ କମିବାର ନାଁ ନେଉନାହିଁ କରୋନା। ଆଜି ରାଜ୍ୟରେ ୨୪ ଘଣ୍ଟାରେ  ୧,୨୦୩ କରୋନା ରୋଗୀ‌ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍‌ କରିଛି। ସେହିଭଳି ଆଜି ୧୦ ଜଣଙ୍କର ଜୀବନ ବି ଯାଇଛି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬୯ରେ ପହଞ୍ଚିଛି।

You might also like