୧୭ରୁ ସବୁ ୟୁନିଭର୍ସିଟି, କଲେଜକୁ ଯିବେ ଅଧ୍ୟାପକ

ଭୁବନେଶ୍ୱର: ଜୁନ୍ ୧୭ ତାରିଖରେ ସବୁ ବିଶ୍ୱବିଦ୍ୟାଳୟକୁ ଯିବେ ଅଧ୍ୟାପକ। କଲେଜର ଅଧ୍ୟାପକ ବି ୧୭ ତାରିଖ ଦିନ ଡ୍ୟୁଟିକୁ ଯିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କୁଳପତି, ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର।

ରାଜ୍ୟ ସରକାର ଅଧୀନ ୟୁନିଭର୍ସିଟି, ସରକାରୀ ଓ ବେସରକାରୀ କଲେଜ ଷ୍ଟାଫ୍ ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଶିକ୍ଷକ,ଅଣଶିକ୍ଷକ ଓ କର୍ମଚାରୀ ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ ହୋଇଛି। କରୋନା ଲକଡାଉନ୍ କଟକଣା ପରେ କଲେଜ୍ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି।

ପ୍ରକାଶଥାଉକି, ଜୁଲାଇ ୩୧ ତାରିଖ ଯାଏ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ।

You might also like