‘ଫାୟାର ସେଫ୍‌ଟି ସାର୍ଟିଫିକେଟ୍‌ ହାସଲ ସମସ୍ତଙ୍କ ପାଇଁ ଜରୁରୀ’

ଭୁବନେଶ୍ୱର: ରାଜ୍ୟରେ ଫାୟାର ସେଫ୍‌ଟି ସାର୍ଟିଫିକେଟ୍‌ ହାସଲ ସମସ୍ତଙ୍କ ପାଇଁ ଜରୁରୀ, ଏବଂ ଏହି ନିୟମକୁ ଆହୁରି କଡ଼ା କଡ଼ି ଭାବେ ପାଳନ କରାଯିବ ବୋଲି ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା କହିଛନ୍ତି। ଡେଡ୍‌ଲାଇନ ଭିତରେ ସଂସ୍ଥାମାନେ ଅଗ୍ନି ନିର୍ବାପକ ବ୍ୟବସ୍ଥା ପୂରଣ କରୁଛନ୍ତି ନା ନାହିଁ ତାର ଯାଞ୍ଚ ଜୋରଦାର କରାଯିବ ବୋଲି ଶର୍ମା କହିଛନ୍ତି। ଭୁବନେଶ୍ୱର ଫାୟାର୍ ଟ୍ରେନିଂ ପ୍ରତିଷ୍ଠାନରେ ବରିଷ୍ଠ ଅଗ୍ନିଶମ ଅଧିକାରୀଙ୍କ ସମ୍ମିଳନୀରେ ଯୋଗଦେଇ ସେ ଏହା କହିଛନ୍ତି।

ବିଷାକ୍ତ ସାମଗ୍ରୀ ପରିବହନ ବେଳେ ଘଟୁଥିବା ଦୁର୍ଘଟଣା ଓ ଟକସିକ୍ ଗ୍ୟାସ ଲିକ୍‌ଜନିତ ଦୁର୍ଘଟଣାକୁ କିପରି ନିୟନ୍ତ୍ରଣ କରାଯିବ ସେନେଇ ଅଫିସରମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା ଆଗାମୀ ଦିନରେ  ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

You might also like