ପ୍ରତି ଶନିବାର ସମସ୍ତ ସରକାରୀ ଅଫିସ ବନ୍ଦ

ଭୁବନେଶ୍ୱର: କରୋନା ଭାଇରସ୍ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ନୂଆ କଟକଣା ଅନୁସାରେ ଅଗଷ୍ଟ ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ। ଗ୍ରୁପ୍-ଏ କର୍ମଚାରୀଙ୍କ ସହିତ  ସମସ୍ତ କର୍ମଚାରୀଙ୍କୁ ମିଶାଇ ମାତ୍ର ୫୦%ରେ ଅଫିସ କାର୍ଯ୍ୟ ଚଳାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। କ୍ରମ ବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରାକାର। ତା ସହିତ  ପ୍ରତି ସପ୍ତାହର ଶନିବାର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି।

ଅଗଷ୍ଟ ମାସର କେଉଁସବୁ କଟକଣା ଲାଗିବ ସେ ନେଇ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। କଣ୍ଟେନମେଣ୍ଟ ଜୋନରେ ଲକ୍‌ଡାଉନ ସଂପୂର୍ଣ୍ଣ ଭାବେ ଲାଗୁ ରହିବ। କଣ୍ଟେନମେଣ୍ଟ ଜୋନରେ ଅବାଧ ପ୍ରବେଶ, ପ୍ରସ୍ଥାନ ଉପରେ ରୋକ୍ ଲାଗିବ। ଅଗଷ୍ଟ ୩୧ ଯାଏ ଧାର୍ମିକ ଅନୁଷ୍ଠାନ ଲୋକଙ୍କ ପାଇଁ ବନ୍ଦ ରହିବ। ଅନ୍ତର୍ଜାତୀୟ ବିମାନ ଚଳାଚଳ, ସିନେମା ହଲ୍, ସୁଇମିଂ ପୁଲ୍ ଆଦ ବନ୍ଦ ରଖାଯିବ ବୋଲି ସେ କହିଛନ୍ତି।

ସେହିପରି ଥିଏଟର, ଆସେମ୍ବ୍ଲି ହଲ୍, ସାମାଜିକ, ରାଜନୈତିକ କାର୍ଯ୍ୟ ବନ୍ଦ ରଖାଯିବ। ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନରେ ପାଠ ପଢ଼ା ବନ୍ଦ ରହିବ। ପାଠ ପଢ଼ା ବନ୍ଦ ରହିଲେ ବି ପରୀକ୍ଷା କରାଯାଇ ପାରିବ। ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଓ ଜିମ୍ ଖୋଲା ଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

You might also like