• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ୩ ଦିନ ପରେ ଆସିବ ନିର୍ବାଚନ ଫଳ। ଦିଲ୍ଲୀ ଗାଦି କିଏ ଅକ୍ତିଆର କରିବ ? ରାଜ୍ୟରେ କାହାକୁ ମିଳିବ ବହୁମତ ? ଏହାକୁ ନେଇ ବିଭିନ୍ନ ଏକ୍‌ଜିଟ୍ ପୋଲ୍ ଆକଳନ ଭିତରେ ଦିଲ୍ଲୀ ସିଂହାସନ ଅକ୍ତିଆର କରିବାକୁ ଆରମ୍ଭ ହୋଇଗଲାଣି ଗୋଟି ଚାଳନା।

ତେବେ ଫଳାଫଳ ଆସିବା ପରେ କଣ ହେବ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ? ୟୁପିଏ ନା ଏନ୍‌ଡିଏ, କେଉଁ ସାମ୍ମୁଖ୍ୟ ଆଡ଼କୁ ଢଳିବେ ? ଚର୍ଚ୍ଚା ହେଉଛି ଯିଏ କ୍ଷମତା ଦଖଲ କରିବାର ସମ୍ଭାବନା ଅଧିକ ରହିବ, ନବୀନ ସେହି ମେଣ୍ଟକୁ ସମର୍ଥନ ଦେବେ। କାରଣ ସମଦୂରତା ଫଣ୍ଡା ଛାଡ଼ି ଓଡ଼ିଶାର ସ୍ୱାର୍ଥ ଯିଏ ରକ୍ଷା କରିବ, ତାକୁ ହିଁ ବିଜେଡି ସମର୍ଥନ ଦେବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ସଂକେତ ଦେଇସାରିଛନ୍ତି। ସେପଟେ ଉଭୟ ଏନ୍‌ଡିଏ ଓ ୟୁପିଏ ନବୀନଙ୍କ ସହ ଯୋଗାଯୋଗରେ ଅଛନ୍ତି।

ଏବେ ବଡ଼ ପ୍ରଶ୍ନ, ସମର୍ଥନ ବଦଳରେ କଣ ସର୍ତ୍ତ ରଖିବେ ନବୀନ? ଚର୍ଚ୍ଚା ହେଉଛି ବହୁଦିନ ଧରି ଓଡିଶା ଉଠାଇ ଆସୁଥିବା ବିଭିନ୍ନ ଦାବି ପୂରଣ ଉପରେ ଗୁରୁତ୍ୱ ଦେବ ବିଜେଡି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ମହାନଦୀ ବିବାଦର ସମାଧାନ, କୋଇଲା ରୟାଲ୍‌ଟି ସଂଶୋଧନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ରେଲୱେ କ୍ଷେତ୍ରରେ ଅଧିକ ପ୍ୟାକେଜ୍ ସହ ସବୁ ଜିଲ୍ଲାକୁ ରେଳ ନେଟ୍ଓ୍ୱର୍କ, ପୋଲାଭରମ୍ ବିବାଦର ସମାଧାନ ପାଇଁ ଦାବି ରଖିପାରେ ଓଡ଼ିଶା।

ତେବେ ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହିଁ ମୁଖ୍ୟ ସର୍ତ୍ତ ରହିବ ବୋଲି ଦଳ କହିଛି। ଜେଡିୟୁ ମଧ୍ୟ ବିହାର ସହ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଦାବି କରିସାରିଛି।

୨୩ରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ। ଯଦି କେନ୍ଦ୍ରରେ ସରକାର ଗଠନ ପାଇଁ ନବୀନଙ୍କ ଆବଶ୍ୟକ ନପଡ଼େ, ସେ କ୍ଷେତ୍ରରେ କଣ ରହିବ ଆଭିମୁଖ୍ୟ? ପୁଣି ସମଦୂରତା ନୀତିରେ କାଏମ୍ ରହିବ କି ବିଜେଡି? ମୋଦି-ଶାହଙ୍କ ଆଭିମୁଖ୍ୟ ଓଡ଼ିଶା ପ୍ରତି କଣ ରହିବ, ତାକୁ ନେଇ ବ କଳ୍ପନାଜଳ୍ପନା ଲାଗି ରହିଛି।

All-eyes-to-naveen-in-national-politics
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories