• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସବୁ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ ରହିବ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ। ଏହି କଟକଣା ବ୍ରହ୍ମପୁରରେ ମଧ୍ୟ ଲାଗୁ ହେବ। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଗଞ୍ଜାମରେ କ’ଣ କ’ଣ କଟକଣା ଲାଗୁ ହେବ ଜାଣନ୍ତୁ...

  • ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏ ଦୋକାନ ବଜାର ଖୋଲା ରହିବ।
  • ୫ ସୂତ୍ରୀ କାର୍ଯ୍ୟକ୍ରମ ଅନୁସାରେ ନିୟମ ମାନି ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି।
  • ଦୋକାନୀମାନେ ସାମାଜିକ ଦୂରତ୍ୱ ମାନିବେ ଓ ମାସ୍କ ପିନ୍ଧିବେ।
  • ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟସ୍‌ ଡିଟେଲ୍ସ୍‌ ଦୋକାନୀ ରଖିବେ।
  • ଦୋକାନ ଆଗରେ ସର୍କଲ ଏବଂ ବ୍ୟାରିକେଡ୍ କରିବେ ଦୋକାନୀ।
  • ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସପ୍ତାହାନ୍ତ(ପ୍ରତ୍ୟେକ ଶନିବାର ଓ ରବିବାର) ସଟଡାଉନ୍ ଜାରି ରହିବ।
  • ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ କରାଯିବ।

ଗଞ୍ଜାମରେ ଏବେ ଡୋର୍ ଟୁ ଡୋର୍ କଣ୍ଟାକ୍ଟସ୍‌ ଟ୍ରେସିଂ ଜାରି ରହିଛି। ଲକ୍‌ଡାଉନ୍‌ ଓ ଅନ୍ୟ କଟକଣା ଯୋଗୁ କରୋନା ସଂକ୍ରମଣ କମିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅମ୍ଲଜାନ ସ୍ତର କମିବା ଯୋଗୁ ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ତେବେ କୌଣସି ଲକ୍ଷଣକୁ ନ ଲୁଚାଇ ଦେହ ଖରାପ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଅଗଷ୍ଟରେ ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

All-entry-and-exit-points-to-be-closed-in-ganjam
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories