କ୍ୱାରେଣ୍ଟାଇନରେ ରହିବେ ବିଧାନସଭାର ସବୁ କର୍ମଚାରୀ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଛନ୍ତି। ତେଣୁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଲୋକସେବା ଭବନ କନଭେନସନ୍ ହଲରେ ଏବେ ବିଧାନସଭା କାର୍ଯ୍ୟ ହେବ। ବଜେଟ ଅଧିବେଶନର ବାକି କାର୍ଯ୍ୟ ଦିବସ କନଭେନସନ ହଲରେ ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

କରୋନା ସଂକ୍ରମଣ ଆଶଙ୍କାରେ ବିଧାନସଭା କାର୍ଯ୍ୟ ସ୍ଥାନାନ୍ତର କରାଯାଇଛି। ଏଥିସହ ବିଧାନସଭା କୋଠାକୁ ସଂକ୍ରମଣମୁକ୍ତ କରାଯିବା ଦରକାର। ସେଥିପାଇଁ ବିଧାନସଭା କୋଠାରେ ବିଧାନସଭା ନକରିବାକୁ ନିଷ୍ପତ୍ତି  ନିଆଯାଇଛି।

କନଭେନସନ ହଲରେ ୨ ମିଟର ଅନ୍ତରରେ ବିଧାୟକ ବସିବେ। କେତେ ବିଧାୟକ ବିଧାନସଭା ଆସିବେ, ନେତାମାନଙ୍କୁ କୁହାଯାଇଛି। ସେମାନଙ୍କ ୩୦% ବିଧାୟକଙ୍କୁ ବିଧାନସଭାକୁ ଆଣିବାକୁ କୁହାଯାଇଛି।

ବ୍ୟୟମଂଜୁରୀ ବିଲ୍ ପାରିତ ପାଇଁ କେବଳ ୩୦ ତାରିଖରେ ବିଧାନସଭା ବସିବ। ରାସ୍ତାରେ କୌଣସି ବିଧାୟକଙ୍କୁ ନ ଅଟକାଇବାକୁ ଜିଲ୍ଲାପାଳ, ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

You might also like