ଆଜିଠୁ ସମସ୍ତ କୋଚିିଂ ଓ ଟ୍ୟୁସନ୍‌ ସେଣ୍ଟର ବନ୍ଦ

ଭୁବନେଶ୍ୱର: ପ୍ରାଣଘାତୀ କରୋନା ଭାଇରସ୍‌କୁ ରାଜ୍ୟ ବିପର୍ଯ୍ୟୟ ଭାବେ ରାଜ୍ୟ ସରକାର ଘୋଷଣା କରିବାପରେ ଏହାକୁ ନେଇ ସତର୍କତା ଓ ସଚେତନତା ଆରମ୍ଭ ହୋଇଯାଇଛି।

ସମସ୍ତ କୋଚିିଂ ଓ ଟ୍ୟୁସନ୍‌ ସେଣ୍ଟର ଆଜିଠୁ ବନ୍ଦ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହାସହ ପିଲାମାନଙ୍କୁ କୋଚିଂ ସେଣ୍ଟରକୁ ନ ଛାଡ଼ିବାକୁ ଅଭିଭାବକଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି। ଏନେଇ ଗତକାଲି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍‌ କରି ସୂଚନା ଦେଇଥିଲେ।

You might also like