ବଦଳିଲା ବ୍ୟାଙ୍କ ଖୋଲିବା ସମୟ

ଭୁବନେଶ୍ୱର: ବଦଳିଲା ବ୍ୟାଙ୍କ ଖୋଲିବାର ସମୟ। କାଲିଠୁ ୩୧ ପର୍ଯ୍ୟନ୍ତ ଲକଡାଉନ ଅଞ୍ଚଳରେ ବ୍ୟାଙ୍କ ଖୋଲିବା ନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା, କଟକ, ଯାଜପୁର, ଗଞ୍ଜାମ ଜିଲ୍ଲା ଓ ରାଉରକେଲାରେ ୧୪ ଦିନିଆ ଲକଡାଉନ୍ ଜାରି କରାଯାଇଛି। ଏହି ଅଞ୍ଚଳରେ ଥିବା ବ୍ୟାଙ୍କ ଖୋଲିବା ନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

ଅତ୍ୟଧିକ କରୋନା ସଂକ୍ରମଣ ପାଇଁ ଲକଡାଉନରେ ଥିବା ଏହି ୪ ଜିଲ୍ଲା ସମେତ ରାଉରକେଲାରେ ବ୍ୟାଙ୍କି ସମୟରେ ପରିବର୍ତ୍ତନ କରାଯାଇଛି। ବ୍ୟାଙ୍କ ସକାଳୁଆ ହେବ। ସକାଳ ୮ଟାରେ ଖୋଲି ଅପରାହ୍ନ ୨ଟାରେ ବନ୍ଦ ହେବ। ଗ୍ରାହକମାନେ ଅପରାହ୍ନ ଗୋଟାଏ ଯାଏ ନିଜ କାରବାର କରିପାରିବେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହା ସହିତ ଭିଡ଼କୁ ଏଡ଼ାଇବା ପାଇଁ କର୍ମଚାରୀ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ଆଗରୁ ବ୍ୟାଙ୍କଗୁଡ଼ିକ ୨୫ ପ୍ରତିଶତ କର୍ମଚାରୀରେ କାମ କରିବେ ବୋଲି କୁହାଯାଇଥିବା ବେଳେ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହା ଫଳରେ ଗ୍ରାହକଙ୍କ ମଧ୍ୟରେ ଓ ଗ୍ରାହକ-କର୍ମଚାରୀଙ୍କ ମଧ୍ୟରେ ଦୂରତ୍ୱ ରହିପାରିବ। ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ ହେବ। ଗଂଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହିତ ରାଉରକେଲା ସହରରେ ଜୁଲାଇ ୩୧ ଯାଏ ଲକଡାଉନ୍ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ଦିନକରେ ୮ଟି ସ୍ଥାନରେ ସିବିଆଇ ରେଡ୍

୧୨ରୁ OJEE ପରୀକ୍ଷା

ମିଳିଲାନି କାନ୍ଧ; ଗାଁ ଦାଣ୍ଡରେ ପଡି ରହିଲା ଶବ

You might also like