ଓଡ଼ିଶାର ଏହି ଜିଲ୍ଲାରେ ସପ୍ତାହେ ପାଇଁ ସବୁ ବ୍ୟାଙ୍କ ବନ୍ଦ
କନ୍ଧମାଳ: କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ବ୍ୟାଙ୍କ ସପ୍ତାହେ ପାଇଁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ କିଛି ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ସବୁ କର୍ମଚାରୀଙ୍କୁ ସପ୍ତାହେ ହୋମ୍ କ୍ୱାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ହୋମ୍ କ୍ୱାରେଣ୍ଟିନ୍ ବେଳେ ଯଦି କିଛି ଲକ୍ଷଣ ଦେଖାଯାଏ ତେବେ ପ୍ରଶାସନକୁ ଜଣାଇବାକୁ କୁହାଯାଇଛି। ଏହାସହ
ATMରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ସଂପୃକ୍ତ ବ୍ୟାଙ୍କ ଗୁଡ଼ିକର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସପ୍ତାହେ ବ୍ୟାଙ୍କ ବନ୍ଦ ରଖି ବ୍ୟାଙ୍କ୍କୁ ସାନିଟାଇଜ୍ କରାଯିବାକୁ ନିଷ୍ପତ୍ତି ହୋଇଛି। ୭ ଦିନ ପରେ ଅର୍ଥାତ୍ ସପ୍ତାହେ ପରେ ୫୦% କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଖୋଲିବ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା କନ୍ଧମାଳରେ ବର୍ତ୍ତମାନ ସୁଦ୍ଧା ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୫ରେ ପହଞ୍ଚିଛି। ସେଥିମଧ୍ୟରୁ ୧୯୯ଜଣ ସୁସ୍ଥ ହୋଇଥିବା ବେଳେ ୫୬ଜଣ ଚିକିତ୍ସାଧୀନ ଅଛନ୍ତି।