ନିର୍ବାଚନ ଦାବିରେ କଲେଜ୍‌ ଗେଟ୍‌ରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିର୍ବାଚନ ଦାବିରେ କଲେଜ୍‌ ଗେଟ୍‌ରେ ତାଲା ପକାଇଲେ ଛାତ୍ରଛାତ୍ରୀ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ କରିବା ଲାଗି ଛାତ୍ରଛାତ୍ରୀ କଲେଜ ଗେଟ୍‌ରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି।

ଦୀର୍ଘ ୮ ବର୍ଷ ହେବ ବିଭିନ୍ନ କାରଣ ଦର୍ଶାଇ କଲେଜ ନିର୍ବାଚନ ବନ୍ଦ ରହିଛି। ଚଳିତ ବର୍ଷ ବି ନିର୍ବାଚନ ବନ୍ଦ ରହିବାର ଆଶଙ୍କା ରହିଥିବାରୁ ଛାତ୍ରଛାତ୍ରୀ ନିର୍ବାଚନ କରାଇବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଅନ୍ୟପଟେ କଲେଜରେ ନିର୍ବାଚନ ହେବ କି ନାହିଁ ତାହା ଗଭର୍ଣ୍ଣିଂ ବଡ଼ି ମିଟିଂ ପରେ ଜଣାପଡ଼ିବ ବୋଲି ଅଧ୍ୟକ୍ଷ କହିଛନ୍ତି।

 

You might also like