• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବା ସହ କିଛି ସ୍ଥାନରେ ସକାଳ ସମୟରେ ଘନ କୁହୁଡି ପଡିବ ।  ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆଜି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । କିଛି ମିଟର ଆଗକୁ ରାସ୍ତାଘାଟ ଦେଖାଯାଉ ନାହିଁ । ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ଘନ କୁହୁଡ଼ି ଦେଖିବାକୁ ମିଳିଛି।

କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର କେତେକ ଜିଲ୍ଲାରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ପୁରୀ ଓ କଟକରେ ମଧ୍ୟ ଘନ କୁହୁଡ଼ି ଦେଖିବାକୁ ମିଳିଛି।  ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଉପକୂଳ ଓଡ଼ିଶାରେ କୁହୁଡ଼ିର ପ୍ରଭାବ ଅଧିକ ରହିବ ବୋଲି ଜଣାପଡ଼ିଛି । କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳନ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିସ୍ଥଳେ ଅତି ଆବଶ୍ୟକ ନହେଲେ ରାତିରେ ଗାଡ଼ି ଧରି ନବାହାରିବାକୁ ପରାମର୍ଶ ଦିଆଯାଇଛି ।

ୟେଲୋ ୱାର୍ଣ୍ଣିଂ ପାଇଁ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ବୌଦ୍ଧ, କନ୍ଧମାଳ, ଅନୁଗୁଳ ଏବଂ ଢେଙ୍କାନାଳ ଆଦି ସ୍ଥାନରେ ମଧ୍ୟମରୁ ଘନ କୁହୁଡି ହେବାର ସମ୍ଭାବନା ରହିଛି।  ଅନ୍ୟପଟେ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ହେଲେ ଏହାର ପରବର୍ତ୍ତୀ ସମୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମ୍ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ଆକଳନ କରିଛି ।

ଗତକାଲି ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ଅନୁଗୁଳଠାରେ ୩୪.୧ ଡିଗ୍ରି ରେକର୍ଡ ହୋଇଥିଲା ।  ଆସନ୍ତା ଗୋଟିଏ ଦିନ ପାଇଁ ରାତ୍ରି ତାପମାତ୍ରା ଅପରିବର୍ତ୍ତିତ ରହିବ । ଆଉ ତା’ ପରଠାରୁ ୧ରୁ ୨ ଦିନରେ ରାଜ୍ୟରେ ପାରଦ ଖବିସ । ତାପମାତ୍ରା ପ୍ରାୟ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିବା ନେଇ ଆକଳନ କରାଯାଉଛି। ଫଳରେ ଆସନ୍ତା କିଛି ଦିନରେ ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ । ଏହି ସମୟରେ ଅତ୍ୟଧିକ ଥଣ୍ଡା ପ୍ରବାହ ହେବାକୁ ଥିବାରୁ ସମସ୍ତଙ୍କୁ ରାତ୍ରୀ ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

Alert-yellow-warning-for-9-districts-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories