• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଢେଙ୍କାନାଳ: ନିଶ୍ଚିତ ରେଳ ଦୁର୍ଘଟଣାରୁ ବର୍ତ୍ତିଗଲେ ହାତୀ ପଲ। ଡ୍ରାଇଭର୍‌ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ୨୦ ଟି ହାତୀଙ୍କର ଜୀବନ ବଞ୍ଚିଯାଇଛି। ଏଥିପାଇଁ ଡ୍ରାଇଭର୍‌ଙ୍କୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ।

ଖବର ଅନୁସାରେ, ଗତକାଲି ୨୦ଟି ହାତୀ ଥିବା ଏକ ହାତୀ ପଲ ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ ଅଞ୍ଚଳର ମତ୍ସ୍ୟପୁର ରେଳଷ୍ଟେସନ ନିକଟ ରେଳ ଲାଇନ ପାରହେଉଥିଲେ। ଠିକ୍‌ ଏହି ସମୟରେ ଢେଙ୍କାନାଳରୁ ମଙ୍ଗୁଳି ଅଭିମୁଖେ ଏକ ଟ୍ରେନ୍ ଆସୁଥିଲା।

କିନ୍ତୁ ହାତୀ ପଲ ଟ୍ରେନ୍‌ ଲାଇନ୍‌ ପାର୍‌ ହେଉଥିବା ବେଳେ ଦୂରରୁ ଦେଖିପାରିଥିଲେ ଟ୍ରେନ୍‌ ଡ୍ରାଇଭର। ତରବର ନହୋଇ ଉପସ୍ଥିତ ବୁଦ୍ଧ ଖଟାଇ ଡ୍ରାଇଭର୍‌ ଜଣକ ଅଧାବାଟରେ ଗାଡ଼ିକୁ ଅଟକାଇ ଦେଇଥିଲେ। ଏଥିସହିତ ହାତୀ ପାର୍‌ ହେଉଥିବା ସମୟର ଭିଡିଓକୁ ସେ ତାଙ୍କ ମୋବାଇଲ୍ କ୍ୟାମେରାରେ କଏଦ ମଧ୍ୟ କରିଥିଲେ। ଟ୍ରେନ୍ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି ଗଜରାଜ।

ତେବେ ଏଭଳି ଘଟଣା ରାଜ୍ୟ ପାଇଁ ନୂଆ ନୁହେଁ। ଅନେକ ସମୟରେ ରେଳ ଦୁର୍ଘଟଣାରେ ଗଜରାଜଙ୍କ ଜୀବନ ଯାଉଛି। ଯଦି ପ୍ରତ୍ୟେକ ଡ୍ରାଇଭର୍‌ ଏଭଳି ସଚେତନତା ଅବଲମ୍ବନ କରିବେ ତେବେ ଗଜରାଜଙ୍କୁ ଏଭଳି ବିପଦରୁ ରଖା କରାଯାଇ ପାରିବ।

Alert-train-driver-saves-20-elephant-on-track-in-dhenkanal1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories