• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: କଥାରେ ଅଛି ଚାଷ ତର ତର ବଣିଜ ମଠ। ତେବେ ତରତର ହେବ କଣ, କରୋନା ଲକ୍‌ଡାଉନ ଚାଷୀ ମନ ଭାଙ୍ଗି ଦେଇଛି। କାଲି ଅଖିମୁଠି ଅନୁଗୁଳ ଥିବାରୁ ବିଲ ହଳ କରିଛି ସତ, ତେବେ ବିହନ ବୁଣିହେବ କି ନାହିଁ ତାକୁ ନେଇ ମନରେ ଆଶଙ୍କା। କାରଣ ଦାଉ ସାଧିଛି ତୁହାକୁ ତୁହା ବର୍ଷା।

ଏଣେ ଅନେକ ଅଞ୍ଚଳରେ ବିଲରେ ଭରି ରହିଛି ମୁଗ, ବିରି ଭଳି ରବି ଫସଲ। ଲୋକ ମିଳୁନଥିବାରୁ ଅମଳ ହୋଇପାରିନାହିଁ। ବଜାର ଚାହିଦା ନଥିବାରୁ ପରିବା ଫସଲ ତ ବିଲରେ ପଚିଲା, ଏବେ ବର୍ଷା ଯୋଗୁଁ ରବି ଫସଲ ବି ସମାନ ଦଶା ଭୋଗିବା ଆଶଙ୍କା ଚାଷୀର ଚିନ୍ତା ବଢ଼ାଇଛି। ବର୍ଷ ଆରମ୍ଭରୁ ବିଭ୍ରାଟ ଦେଖାଦେଇଥିବାରୁ ଆଗକୁ କଣ ହେବ ତାକୁ ନେଇ ଚିନ୍ତାରେ ଚାଷୀକୁଳ।

ଲକ୍‌ଡାଉନ୍ ସତ୍ତ୍ୱେ ଚାଷ କାମ ଯେଭଳି ପ୍ରଭାବିତ ନହେବ ତା ଉପରେ କେନ୍ଦ୍ରର ନିର୍ଦ୍ଦେଶ ପରେ ଦୁରୁତ୍ୱ ଦିଆଯାଇଛି। ଚାଷୀ ବିହନ, ସାର ଓ କୀଟନାଶକ ଯେମିତି ସୁବିଧାରେ ପାଇପାରିବେ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନମାନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।  କିଛି ସ୍ଥାନରେ ସ୍ଥିତି ସ୍ୱାଭାବିକ ଥିଲେ ମଧ୍ୟ ଅନେକ ସ୍ଥାନରେ ବ୍ୟବସ୍ଥା ଢିଲା ରହିଛି।

ସବୁ ସନ ଭଳି ଏଥର ବି ବର୍ଷ ଆରମ୍ଭରେ ଅନେକ ସ୍ଥାନରୁ ବିହନ ଅଭାବର ଅଭିଯୋଗ ଆସିଛି। ସୁନ୍ଦରଗଡ଼ ବଣାଇ ଓ ପୁରୀ ଜିଲ୍ଲା ପିପିଲିରେ ସରକାରୀ ବିହନ ଡିପୋ ଖୋଲିନଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଲକ୍‌ଡାଉନ ଯୋଗୁଁ ବିହନ ଆସିବାରେ ବିଳମ୍ବ ହୋଇଛି। ଦିନେ ଦୁଇ ଦିନ ମଧ୍ୟରେ ବିହନ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଉଥିବା ସରକାରୀ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।

ତେଣେ କଟକଣା ଓ ଲକ୍‌ଡାଉନକୁ ନେଇ ଚାଷୀଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଓ ଆଶଙ୍କା ଦୂର କରିବାକୁ ପ୍ରୟାସ ଆରମ୍ଭ କରିଛି। ବଲାଙ୍ଗିର ଜିଲ୍ଲା ପ୍ରଶାସନ ସରକାରଙ୍କ ବିଭିନ୍ନ ଯୋଜନା ଓ ବ୍ୟବସ୍ଥା ସଂପର୍କରେ ଚାଷୀଙ୍କୁ ଅବଗତ କରାଇବାକୁ ଜିଲ୍ଲା କୃଷି ବିଭାଗ ତରଫରୁ କାର୍ଯ୍ୟକ୍ରମ ହାତକୁ ନିଆଇଥିବା ଜିଲ୍ଲା କୃଷି ଅଧିକାରୀ କହିଛନ୍ତି।

https://youtu.be/5qMv7w0bcRA

Akhi-muthi-amid-covid19-how-are-odisha-farmers-prepared-to-sow-kharif-crops1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories