ପରେଡ ବେଳେ ଜଣେ ଯୁବତୀ ଏକେ-୪୭ ଧରିବା ଘଟଣାକୁ ନେଇ ତଦନ୍ତ ଆରମ୍ଭ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ପରେଡ ବେଳେ ଜଣେ ପୁଲିସ କର୍ମଚାରୀ ନିଜ ଏକେ -୪୭କୁ ଜଣେ ଯୁବତୀଙ୍କୁ ଦେଇଥିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପୁଲିସ କର୍ମଚାରୀ ଜଣଙ୍କ କଟକ ଷଷ୍ଠ ବାଟାଲିୟନର ଜଣେ କର୍ମଚାରୀ ବୋଲି ଜଣାପଡିଛି।

ତେବେ କେଉଁ ପରିସ୍ଥିତିରେ ସେ ନିଜ ଏକେ -୪୭କୁ ଯୁବତୀଙ୍କୁ ଦେଇଥିଲେ ?  ଯୁବତୀ ଜଣଙ୍କ କିଏ ? ପୁଲିସ କର୍ମଚାରୀଙ୍କ ସହ ତାଙ୍କର କି ସଂପର୍କ ରହିଛି ?

ଏପରି ଲୁଚାଇ ବନ୍ଧୁକ ଦେଖାଇବା ପଛରେ ରହସ୍ୟ କଣ? ଏସବୁ ଦିଗକୁ ନେଇ ଖୋଲତାଡ଼ ଆରମ୍ଭ ହୋଇଛି। କନଷ୍ଟେବଲ ଜଣଙ୍କ ବେପାରୁଆ ଭାବେ ଏପରି କରିଛନ୍ତି ନା ଅନ୍ୟ କିଛି ରହସ୍ୟ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ପରେଡ ବେଳେ ଜଣେ ଯୁବତୀ ମୁହଁରେ କଳାକନା ବାନ୍ଧି ଏକେ-୪୭କୁ ଦେଖୁଥିଲେ। ପାଖରେ ଜଣେ କନଷ୍ଟେବଲ ଛିଡା ହୋଇଥିଲେ। ପରେ କନଷ୍ଟେବଲ ଜଣଙ୍କୁ ଯୁବତୀଙ୍କ ଠାରୁ ବନ୍ଧୁକ ଆଣି ତାଙ୍କୁ ଏକ କାଗଜ ଦେଇଥିବା ଦେଖିବାକୁ ମିଳିଥିଲା। ପରେ ଏହି ଭିଡ଼ିଓ ଭାଇରାଲ୍ ହୋଇଥିଲା।

You might also like