ଖୁବ୍‌ଶୀଘ୍ର ହୋଇପାରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡାଣ

ଝାରସୁଗୁଡ଼ା: ଖୁବ୍‌ ଶୀଘ୍ର ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡାଣ ଆରମ୍ଭ ହୋଇପାରେ। ଏୟାରବସ୍-୩୨୦ ଚଳାଚଳ ପାଇଁ ଝାରସୁଗୁଡ଼ା ବିମାନ ବନ୍ଦରକୁ ଏବେ 4-C କ୍ୟାଟାଗୋରୀ ଲାଇସେନ୍ସ ମିଳିଛି । ଡିଜିସିଏ ପକ୍ଷରୁ ଏହି ଲାଇସେନ୍ସ ମିଳିବା ପରେ ଏୟାରବସ୍-୩୨୦ ଚଳାଚଳ ପାଇଁ ବାଟ ଫିଟିଲା ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ଏସ.କେ ଚୌହାନ କହିଛନ୍ତି।

୨ ମାସ ପୂର୍ବରୁ ଏହି ବିମାନବନ୍ଦରକୁ 2B ବର୍ଗର ଲାଇସେନ୍ସ ମିଳିଥିଲା। ବିମାନବନ୍ଦରକୁ 2B ବର୍ଗ ଲାଇସେନ୍ସରେ ଛୋଟ ଛୋଟ ବିମାନ ଉଡାଣ ପାଇଁ ଅନୁମତି ଥିବାବେଳେ 4-C  କ୍ୟାଟାଗୋରୀ ଲାଇସେନ୍ସରେ ବଡ ବଡ ବିମାନ ଉଡାଣ ନେଇ ଅନୁମତି ରହିଛି। ଏହି ଲାଇସେନ୍ସ ମିଳିବା ଫଳରେ  ବିମାନ ବନ୍ଦରରୁ ବୋଇଙ୍ଗ୍ ଏବଂ ଏୟାରବସ୍‌  ବିମାନର ଉଡାଣ ସମ୍ଭବ ହୋଇପାରିବ। ଏଥିପାଇଁ ବିମାନ ବନ୍ଦର ସମସ୍ତ ଆନୁଷାଙ୍ଗିକ କାର୍ଯ୍ୟ ଶେଷ ହୋଇଥିବା ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

 

 

 

You might also like