କୁହୁଡ଼ି ପାଇଁ ଫସିଲେ ଯାତ୍ରୀ; ଭୁବନେଶ୍ୱରରେ ଅବତରଣ କରିପାରିଲାନି ବିମାନ

ଭୁବନେଶ୍ୱର: କୁହୁଡ଼ି ପାଇଁ ଫସିଲେ ଯାତ୍ରୀ। ଘନ କୁହୁଡ଼ି ପାଇଁ ଭୁବନେଶ୍ୱରରେ ଏୟାର ଏସିଆର FD 112 ବିମାନ ଅବତରଣ କରିନପାରି କୋଲକାତାକୁ ଫେରିଯାଇଛି।

ଗତକାଲି ରାତିରେ ବ୍ୟାଙ୍ଗ୍‌କକ୍‌ରୁ ୧୫୦ ଯାତ୍ରୀଙ୍କୁ ଧରି ଏୟାର ଏସିଆର ଏହି ବିମାନ କୋଲକାତାରୁ ଭୁବନେଶ୍ୱରକୁ ଆସୁଥିଲା। ତେବେ ଭୁବନେଶ୍ୱର ଆକାଶରେ କୁହୁଡ଼ି ଆସ୍ତରଣ ଯୋଗୁଁ ଏହି ବିମାନ କୋଲକାତା ବିମାନ ବନ୍ଦରରେ ଅବତରଣ କରିଥିଲା। ହେଲେ କୋଲକାତାରେ ପହଞ୍ଚିବା ପରେ ବିନା କୌଣସି ସୂଚନାରେ ଯାତ୍ରୀଙ୍କୁ ଦୀର୍ଘ ସମୟ ଧରି ବିମାନ ଭିତରେ ଅଟକି ରହିବାକୁ ପଡ଼ିଥିଲା। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଏବେ ଯାତ୍ରୀମାନେ କୋଲକାତା ବିମାନ ବନ୍ଦରର ଆରାଇଭାଲ୍‌ ଲାଉଞ୍ଜରେ ଅଟକିଛନ୍ତି। ଭୁବନେଶ୍ୱର ଫେରିବାକୁ କିଛି ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି। ଏପରିକି କାଲିଠୁ ଏଯାଏ କିଛି ଖାଇବାକୁ ମିଳିନଥିବା ଯାତ୍ରୀମାନେ କହିଛନ୍ତି।

You might also like